କିରା ଗ୍ରାମରେ ଝାଡାବାନ୍ତି: ଜଣେ ମୃତ, ୧୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡୀୟ ମହୁକୁମା ଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ କିରା ଶାସନ କିସାନ ପଡ଼ାରେ ଝାଡାବାନ୍ତିରେ ୧୦ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବା ବେଳେ ଆଜି ସଂଦ୍ଧ୍ୟାରେ ଜଣେ ୯ବର୍ଷ ବାଳକର କୁଚିଣ୍ଡା ଉପଖଣ୍ଡୀୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳେଇ ଦେଇଛି। ତେବେ ଗତ ଦୁଇଦିନ ଧରି ଉକ୍ତ ଗାଁରେ ଝାଡାବାନ୍ତି ପ୍ରକୋପ ବୃଦ୍ଧି ପାଇଥିଲେ ମଧ୍ୟ ପ୍ରଶାସନ କୌଣସି ତତ୍ପରତା ପ୍ରକାଶ କରିନଥିବା ଯୋଗୁଁ ସାଧାରଣରେ ଆତଙ୍କ ଖେଳି ଯାଇଛି।

ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ କୁଟୁରାଚୁଆଁ ପଞ୍ଚାୟତର କିରା ଏକ ଆଦିବାସୀ ବହୁଳ ଗ୍ରାମ ଅଟେ। ଉକ୍ତ ଗାଁର କିସାନ ପଡ଼ାରେ ଗତ ଗୁରୁବାର (ରକ୍ଷାବନ୍ଧନ ଦିବସ ) ଠାରୁ ୧୦ରୁ ଉର୍ଦ୍ଧ କମ ବୟସ୍କ ପିଲା ମାନେ ଝାଡାବାନ୍ତି ରେ ପଡ଼ିଥିବା କୁହାଯାଉଥିଲା। ଅନେକ ପରିବାର ଏହାର ପ୍ରତିକାର ପାଇଁ ନିକଟସ୍ଥ କୁଟୁରାଚୁଆଁ ପ୍ରାଥମିକ ଚିକିତ୍ସାଳୟକୁ ଯାଇଥିଲେ। ତେବେ ସେଠାରେ କେହି ଡାକ୍ତର ରହୁନଥିବା ଯୋଗୁଁ କର୍ମଚାରୀଙ୍କ ସହାୟତାରେ େଓøଷଧ ଆଣିଥିଲେ। ମାତ୍ର କେତେକଙ୍କ ଅବସ୍ଥା ଗୁରୁତର ହେବାରୁ କୁଚିଣ୍ଡା ଡାକ୍ତରଖାନାକୁ ଗତକାଲି କୁଚିଣ୍ଡା ଡାକ୍ତରଖାନାରେ ଆସିଥିବା କୁହାଯାଉଛି। ଅନ୍ୟପକ୍ଷେ ଆଜି ସଂଦ୍ଧ୍ୟାରେ ଅର୍ଜୁନ ମାଝୀଙ୍କ ୯ବର୍ଷର ପୁତ୍ର ଶକ୍ତି ମାଝୀର ପରଲୋକ ହୋଇଥିବା ଘଟଣା ସମଗ୍ର ଉପଖଣ୍ଡରେ ଆଲୋଡନ ସୃଷ୍ଟି କରିଛି। ତିନି ଦିନ ତଳେ ଉକ୍ତ ଗାଁରେ ଝାଡାବାନ୍ତି ହେବା ସତ୍ତେ୍ୱ ପ୍ରଶାସନ ବା ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ନପାଇବା ଯୋଗୁଁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ତେବେ କେଉଁ କାରଣରୁ ଉକ୍ତ ପଡ଼ାରେ ଆକସ୍ମିକ ଝାଡାବାନ୍ତି ହେଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ିପାରି ନାହିଁ। ଅନ୍ୟପକ୍ଷେ ସେଠାରେ କେବଳ କମ ବୟସ୍କ ପିଲାଙ୍କୁ ହୋଇଥିବାରୁ କୌଣସି ପାଣି ବ୍ୟବହାର କରିବା ନା ଅନ୍ୟ କିଛି କାରଣ ରହିଛି ପ୍ରଶାସନ ଠାରେ ମଧ୍ୟ କୌଣସି ସୂଚନା ନଥିବାଜଣାଯାଇଛି। କୁଟୁରାଚୁଆଁ ଠାରେ ପ୍ରାଥମିକ ଚିକିତ୍ସାଳୟ ରହିଥିଲେ ମଧ୍ୟ ସେଠାରେ ଡାକ୍ତର ରହୁନଥିବା ବା ନିୟମିତ ଆସୁନଥିବା ଯୋଗୁଁ ଲୋକେ ନାନା ଅସୁବିଧା ପାଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ସଂପ୍ରତି ଉପଖଣ୍ଡରେ ଝାଡାବାନ୍ତ.ଜ୍ୱର ଆଦିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ଏଦିଗରେ ସରକାର, ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି।

କିରା ଗ୍ରାମରେ ଝାଡାବାନ୍ତିରେ ଆକ୍ରାନ୍ତ ହେବା ଓ ଜଣେ ବାଳକର ଅକାଳ ମୃତ୍ୟୁ ଘଟଣା ପରେ କୁଚିଣ୍ଡା ବିଧାୟକ କିଶୋର ନାଏକ ତୀବ୍ର ଉଦବେଗ ପ୍ରକାଶ କରିଛନ୍ତି। ସେ ସ୍ଥାନୀୟ ପ୍ରଶାସନ ସମେତ କୁଚିଣ୍ଡା ଉପଖଣ୍ଡ ଚିକିତ୍ସା ଅଧିକାରୀ, କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓ କୁଟୁରାଚୁଆଁ ଡାକ୍ତରଖାନାରେ ଅବସ୍ଥାପିତ ଡାକ୍ତରଙ୍କୁ ତୁରନ୍ତ ଚିକିତ୍ସା ସବେ ଯୋଗାଇ ଦେବାକୁ ପରାମର୍ଶ ଦେବା ସହ ଆବଶ୍ୟକ ଆଗୁଆ ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିବା ପ୍ରକାଶ।

Comments are closed.