ଥ୍ରେସର ମେସିନ ଚାପାରେ ଶ୍ରମିକ ମୃତ

କୁଚିଣ୍ଡା: କୁଚିଣ୍ଡା ଥାନା ସିଙ୍କଲପୋଷୀ ଗ୍ରାମରେ ଏକ ଥ୍ରେସର ମେସିନ ଚାପାରେ ୩୭ ବର୍ଷୀୟ ଶ୍ରମିକ ଅମିତ ନାଏକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାଇ ସିଙ୍କଲପୋଷୀ ଗ୍ରାମରେ ଧାନ ପେଷିବା ସକାଶେ ଏକ ଟ୍ରାକ୍ଟଟର ଯୋଗେ ଥ୍ରେସର ମେସିନ ନିଆଯାଉଥିଲା। ଚାଳକ ଚଳାଉଥିବା ବେଳେ ଅମିତ ନାଏକ ନାମକ ଶ୍ରମିକ ଥ୍ରେସର ମେସିନରେ ବସିଥିଲେ। ମାତ୍ର ଆକସ୍ମିକ ଭାବେ ମେସିନଟି ଏକ ହିଡରେ ଓଲଟି ପଡିବାରୁ ଅମିତ ଚାପି ହୋଇଯାଇ ମୃତ୍ୟୁ ବରଣ କରିଥିବା ପ୍ରକାଶ। ଏସଂକ୍ରାନ୍ତରେ କୁଚିଣ୍ଡା ପୁଲିସ ସୂଚନା ପାଇ ଘଟଣା ସ୍ଥଳରୁ ଶବ ଜବତ କରିବା ସହ କୁଚିଣ୍ଡା ସରକାରୀ ଡାକ୍ତରଖାନାରେ ଶବ ବ୍ୟବଛେଦ କରିଥିବା ଜଣାଯାଇଛି। ମୃତ ଘଟଣା ନେଇ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳେଇ ଦେଇଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାଯାଇଛି।

Comments are closed.