କୁଚିଣ୍ଡାରେ ମୂଷଳ ବର୍ଷା, ବ୍ୟାପକ ଧାନ ଫସଲ ନଷ୍ଟ ଯୋଗୁଁ ଚିନ୍ତାରେ ଚାଷୀ

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡରେ ଲଗୁଚାପ ଜନିତ ଅଦିନିଆ ମୂଷଳ ବର୍ଷା ଯୋଗୁଁ ଯେଉଁ କିଛି ଫସଲ ରହିଥିବ ତାହା ଉଜୁଡି ଯାଇଥିବା ଦେଖାଯାଇଛି। ଫଳରେ ଉପଖଣ୍ଡର ଶହ ଶହ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ଦେଖାଯାଉଛି।

ସୁଚନା ଯୋଗ୍ୟ ଯେ କୁଚିଣ୍ଡା ଏକ ଅଣଜଳସେଚିତ ଅଞ୍ଚଳ ଭାବେ ପରିଚିତ। ଏହାର ପ୍ରାୟ ୮୫ଭାଗ ଚାଷ ବର୍ଷା ଜଳ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ଖରିଫ ଋୁତୁରେ କୁଚିଣ୍ଡା ବ୍ଲକରେ ଆନୁପାତିକ ବର୍ଷ କମ ରହିଥିଲା। ପୁଣି ଢିପ ଓ ମାଲ କିସମ ପାଇଁ ଅଧିକ ବର୍ଷାର ଆବଶ୍ୟକତା ରହିଥିବା ବେଳେ ସ୍ୱଳ୍ପ ବୃଷ୍ଟିପାତ ଚାଷକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ଉପଖଣ୍ଡର ଅଧିକାଂଶ ପଞ୍ଚାୟତର ଅର୍ଦ୍ଧାôକ ଭାଗ ଜମି ମାଲ କିସମ ଓ ଢିପ କିସମ ଅଟେ। ଗତ ନୂଆଁ ଖାଇ ପର୍ବ ଠାରୁ ବର୍ଷା ନହେବା ଯୋଗୁଁ ଚାଷ ଭୁଷୁଡି ପଡିଥିଲା। ଅଧିକାଂଶ ଫସଲ ଅମଳଯୋଗ୍ୟ ହୋଇନଥିବା ବେଳେ ଗାଈଗୋରୁ ଜମିରେ ଚରୁଥିବା ଦେଖାଯାଇଥିଲା। କେତେକ ଚାଷୀ ବାହଲ କିସମ ଚାଷ ବା ପାଣି ବ୍ୟବସ୍ଥା ରହିଥିବା ଚାଷକୁ ବଞ୍ଚାଇବାକୁ ନାନା ଉଦ୍ୟମ କରିଥିଲେ। ସଂପ୍ରତି ବହୁ ଚାଷୀଙ୍କ ଧାନ ଅମଳ ଯୋଗ୍ୟୁ ହୋଇଥିଲା। କେତେକ ସ୍ଥଳେ ଲୋକେ ଧାନ କାଟି ଜମିରେ ନେବାକୁ ରଖିଥିଲେ ବା ଘରକୁ ନେଇ ଆସିଥିଲେ। ମାତ୍ର ଗତ କାଲିର ଅଦିନିଆ ମୂଷଳ ବର୍ଷା ଯୋଗୁଁ ଉକ୍‍ତ ଧାନ ସବୁ ଭିଜି ଯାଇଥିବା ଦେଖାଯାଉଛି। ସଂପ୍ରତି ମେଘୁଆ ପାଗ ଓ ଓଦା ଧାନ ଅଧିକ ସମୟ ରହିଲେ ଧାନ ଗଜା ହେବ କିମ୍ବା ଷଢିଯିବ ବୋଲି ଚାଷୀ ମହଲରେ ଆତଙ୍କ ପ୍ରକାଶ ପାଇଛି।

ଚଳିତ ବର୍ଷ ଏହି ଦୁର୍ବିବାକ ଚାଷୀଙ୍କ ମେରୁଦଣ୍ଡକୁ ସଂପୂର୍ଣ୍ଣ ଦୋହଲାଇ ଦେଇଥିବା ଚାଷୀ ନେତା ଜୟନ୍ତ ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଚଳିତ ବର୍ଷ ପ୍ରଶାସନ କ୍ଷୟକ୍ଷତି ଆକଳନ ବେଳେ ସରକାରଙ୍କ ପ୍ରକୃତ ନିୟମକୁ ଅନୁସରଣ ନକର ବୀମା ସଂସ୍ଥାକୁ ସୁହାଇଲା ପରି ପକ୍ଷପାତ ଭାବେ ଏହି ଆକଳନ ହୋଇଥିବା ଯୋଗୁଁ ସେ ଉଦବେଗ ପ୍ରକାଶ କରି ଏହାର ନିରାକରଣ ଦିଗରେ ପ୍ରଶାସନିକ ଓ ସରକାରୀ ସ୍ତରରେ ଉଦ୍ୟମ ହେବାକୁ ଦାବି କରିଛନ୍ତି।

Comments are closed.