ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଉଦ୍‍ଯାପିତ

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡସ୍ଥ ଡିମିରିମୁଣ୍ଡା ପଞ୍ଚାୟତ ଭାତପୁରା ନିକଟ ଗୋଡଭଙ୍ଗା ପଡିଆରେ ଦୁଇ ଦିନିଆ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ପୂର୍ବତନ ସମ୍ବଲପୁର ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ତଥା ବିଶିଷ୍ଠ ଶ୍ରମିକ ନେତା ବିଜୟ ମହାନ୍ତି , କୁଚିଣ୍ଡା ବିଧାୟକ କିଶୋର ନାଏକ, ଚାଷୀ ନେତା ସରୋଜ ମହାନ୍ତି, ସମିତିସଭ୍ୟା ପ୍ରଭାସିନି ଠାକୁର, ଅବସରପ୍ରାପ୍ତ ଶିକ୍ଷକ ରୁଦ୍ରନାରାୟଣ ବେହେରା, ପୂର୍ବତନ ସରପଞ୍ଚ ରଥିକାନ୍ତ କିସାନ ,ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ଦିଲିପ ରଥ ସଭା ପରିଚାଳନା କରିଥିଲେ। ଉଦଘାଟନୀ ଦିବସରେ ପୂର୍ବତନ ବିଧାୟକ ରବିନାରାୟଣ ନାଏକ, ଶଗଡେଶ୍ୱର କମିଟୀର ସଭାପତି ନୃପଲାଲ ପଲେଇ, ସମ୍ପାଦକ ରୁଦ୍ରନାରାୟଣ ବେହେରା , ପ୍ରଧାନ ଶିକ୍ଷକ ରତନଲାଲ ସିଂ, ସରପଞ୍ଚ ରୁକମୁଣୀ କିସାନ, ସମିତିସଭ୍ୟା ପ୍ରଭାସିନି ଠାକୁର ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।

ଫାଇନାଲ ମ୍ୟାଚ୍ଚ ବିଜେତା ଦଳ ଭାଲୁବାହାଲ କୁ ଟ୍ରଫି ସହ ତିରିଶ ହଜାର ଟଙ୍କା ଏବଂ ଉପବିଜେତା ସୁନ୍ଦରଗଡ ଜିଲା ନାଗୁପତ୍ରା ଦଳକୁ ୧୦ହଜାର ଟଙ୍କା ସହ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ। ଖେଳକୁ ବିକାଶ ମହାକୁଳ,ଦିପକ ବେହେରା, ମଣ୍ଟୁ ମହାନ୍ତି, ବିକାଶ ସାହୁ, ପିଣ୍ଟୁ ରାୟ, ଜିତେନ୍ଦ୍ର ବେହେରା, ଅକ୍ଷୟ କିସାନ, ରତନ ସେଠ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.