ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରିବା ଦୁର୍ଭଗ୍ୟ ଜନକ – ରବି ନାଏକ

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାରେ ମୂଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ପ୍ରଦାନ ଶୁଭ ଉଦଘାଟନ ଉତ୍ସବ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ବ୍ୟୟକରି ବିଜେଡି ତାର ଦଳୀୟ କାର୍ଯ୍ୟକ୍ରମ ଭାବେ କରିଥିବା ଅଭିଯୋଗ ହୋଇଛିା ଏପରିକି ଏଠାରେ ମନ୍ତ୍ରୀଙ୍କ ଅନୁଗତମାନେ ଗୁଣ୍ଡାରାଜ ଚେଳଇଥିବା ସଂକ୍ରାନ୍ତରେ ଶନିବାର ବିଜେପି ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ତାଙ୍କ କାର୍ଯ୍ୟାଳୟରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ସମାଲୋଚନା କରି ମନ୍ତ୍ରୀ ସମେତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ।

ଶନିବାର କୁଚିଣ୍ଡା ସହରସ୍ଥ ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ରବିନାରାୟଣ ନାଏକ ସଂପ୍ରତି ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସରକାର ଦଳୀୟ ଯୋଜନା ସ୍ୱରୁପ କରିଥିବା ଅଭିଯୋଗ କରିଥିଲେ। ମୂଖ୍ୟମନ୍ତ୍ରୀଙ୍କ ସଭାରେ ସ୍ଥାନୀୟ ଶାସକ ଦଳର ବିଧାୟକ କୁଚିଣ୍ଡାର ଜୀବନରେଖା କୁହାଯାଉଥିବା ବ୍ରିଟିଶ ଅମଳର ପୋଲ ଭୁଷୁଡିଯିବା ଏବଂ ଜଳ ସେଚ ବାବଦରେ ପ୍ରସଙ୍ଗ ରଖିଥିବା ବେଳେ ମୂଖ୍ୟମନ୍ତ୍ରୀ ପଦେହେଲେ ତାଙ୍କ ମନ୍ତବ୍ୟ ନଦେବା ଏବଂ ତାଙ୍କ ବକ୍ତବ୍ୟଟି ପୂର୍ବରୁ ତାଙ୍କ କାର୍ଯ୍ୟାଳୟରେ ରେକର୍ଡ କରାଯାଇ ଏଠାରେ କେବଳ ଭିଡିଓ ଦେଖେଇଥିବାରୁ ପ୍ରକୃତରେ ତାଙ୍କ ଗସ୍ତ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଥିଲେ।

ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ନବ ଦାସଙ୍କ ଅନୁଗତ ମାନେ ଏଠାରେ ଶୋଭାଯାତ୍ରା କରିବା ଏବଂ ନିରିହ ବିରୋôଧ ଦଳର କର୍ମିଙ୍କୁ ମାଡ ମରିବା ଯୋଗୁଁ ଏହା ଶନ୍ତ ନିର୍ବାଚନ ମଣ୍ଡଳୀରେ ଅଶାନ୍ତି ଦେଲେ ବୋଲି ଅଭିଯୋଗ କରିଥିଲେ। ଏପରି କି ଉକ୍ତ ଦିନ ମହିଳା ବିରୋଧି ଦଳର କର୍ମିଙ୍କୁ ଅଶାଳୀନ ବ୍ୟବହାର ଦିଆଯାଇଥିବା ଅଭିଯୋଗ କରିଥିଲେ। ପରଦିନ କଂଗ୍ରେସ ଓ ବିଜେପି ପକ୍ଷରୁ କୁଚିଣ୍ଡା ବନ୍ଦ ପାଳନ ଆହୂତ ହୋଇଥିବା ବେଳେ ମହିଳା ମନ୍ତ୍ରୀ ଟୁକୁନି ସାହୁ ଡାକ ବଙ୍ଗଳାରେ ରହିଥିବା ଯୋଗୁଁ ବିଜେଡିର ଏହା ଅହମିକା ହୋଇଛି।ପୁଣି ବିରୋଧି ଦଳର କର୍ମି ମାନେ ଆନ୍ଦୋଳନ ବେଳେ ଶାସକ ଦଳର କର୍ମି ମାନେ ଆସି ଗୁଣ୍ଡାରାଜ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କରି ଏସଂକ୍ରାନ୍ତରେ ସେମାନେ ଥାନାରେ ଏତାଲା ଦେଇଥିବା ପ୍ରକାଶ କରିଥିଲେ।

ସଂପ୍ରତି ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରରେ ହେଉଥିଲେ ମଧ୍ୟ ଏହା ବିଜେଡି ଦଳୀୟ କାଯ୍ୟଁକ୍ରମ ଭାବେ କରୁଥିବା ପ୍ରକାଶ କରିଥିଲେ। ପଞ୍ଚାୟତର ମୂଖ୍ୟ ତଥା ସରପଞ୍ଚଙ୍କୁ ଫାସିମାଲ, ତେଲିତିଲେଇମାଲ ସମେତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଉପେକ୍ଷା କରାଯାଇଥିବା ଏବଂ ଦଳୀୟ ପଦାଧିକାରୀଙ୍କୁ ମଂଚରେ ବସାଉଥିବା ଅଭିଯୋଗ କରି ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ଆରୋପ କରିଥିଲେ। ପ୍ରଶାସନ ମଧ୍ୟ ଭାରସାମ୍ୟ ରକ୍ଷା କରି ସଠିକ ପଦକ୍ଷେପ ନେବା ପରିବର୍ତ୍ତେ ବିଜେଡିର ଟିମ ପରି କାମ କରୁଥିବା ଅଭିଯୋଗ କରିଥିଲେ। ଫଳରେ ଉକ୍ତ ଦିନ ଏଠାରେ ଅସାମାଜିକ ତତ୍ୱ ଗୁଡିକ ଆନ୍ଦୋଳନ କରୁଛନ୍ତି ବୋଲି ସମାଲୋଚନା କରିଥିଲେ।ପୁଲିସ ଅପରାଧିକ କାର୍ଯ୍ୟରେ ସଂପୃକ୍ତ ମନ୍ତ୍ରୀ ଏବଂ ଅଭିଯୁକ୍ତଙ୍କୁ ଭିଡିଓ ଫୁଟେଜ ଆଧାରରେ ଭିରଫ କରିବାକୁ ଦାବି କରିଥିଲେ। ସଂପ୍ରତି ଆହତ ଆଦିବାସୀ ନେତା ଓ ଦଳ ପକ୍ଷରୁ କୁଚିଣ୍ଡା ଥାନାରେ ଏକାଧିକ ଅଭିଯୋଗ ରହିଥିବା ବେଳେ ପୁଲିସ ଅଭିଯୁକ୍ତଙ୍କ ଗିରଫ ନକଲେ ସେମାନେ ୧୫ଦିନ ପରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଥିଲେ। ମଂଚରେ ଜିଲା ସାଧାରଣ ସଂପାଦକ ସୁଶିଲ କର, ଟାଉନ ସଭାପତି କାହ୍ନୁଚରଣ ନାଏକ, ବିଜେପି ପ୍ରବକ୍ତା ପିଙ୍କୁ ପାଣି ମଞ୍ଚାସୀନ ଥିଲେ।

Comments are closed.