ବଜ୍ରାଘାତରେ ଜଣେ ମୃତ ; ୩ ଗୁରୁତର

କୁଆଁପାଳ : କ୍ଷେତରେ କାମ କରୁଥିବାବେଳେ ବଜ୍ରାଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ନାହାଙ୍ଗ ବାଲିପଡା ଗ୍ରାମରେ ଘଟିଛି । ମୃତକ ହେଲେ ଚୈତନ୍ୟ ଜେନାଙ୍କ ପୁତ୍ର ସୁରେଶ ଜେନା। ସମସ୍ତେ କ୍ଷେତରେ ଧାନ ତଳି ରୁଆପୋତା କରୁଥିଲେ। ଏହି ସମୟରେ ବଜ୍ରାଘାତ କାରଣରୁ ଏଭଳି ଘଟିଥିବା ନେଇ କୁହାଯାଉଛି। ଘଟଣା ପରେ ସଭିଁଙ୍କୁ ଉଦ୍ଧାର କରାଯାଇ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିବାବେଳେ ସୁରେସଙ୍କର ମୃତ୍ୟ ଘଟିଥିଲା। ଅନ୍ୟ ତିନିଜଣ ଗୁରୁତର ଥିବା ଜଣାପଡିଛି।

Comments are closed.