କ୍ରାନ୍ତି ଦିବସ ପାଳିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସ୍ଥିତ କଲ୍ୟାଣି ମଣ୍ଡପଠାରେ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। କୋରାପୁଟ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟାଙ୍କ ନେତୃତ୍ୱରେ କଂଗ୍ରେସ ଦଳର ବରିଷ୍ଠ ନେତା ଚିନ୍ତାଡି ନାଗେଶ୍ୱର ରାଓ, ପୂର୍ଣ୍ଣ ଚନ୍ଦ୍ର କରକରିଆ, ଜିଲା କଂଗ୍ରେସର ଯୁବ ସଭାପତି ଅଶ୍ୱିନୀ ଚୌହ୍ଵାନ, ଜିଲା ଯୁବ ସମ୍ପାଦକ ଦିଲୀପ ମହାନନ୍ଦିଆ, ବ୍ଲକ ସଭାପତି କିରଣ କୁମାର ରତ୍ନାଲୁ, ସମେତ ଦଳୀୟ ନେତା କର୍ମୀ ପ୍ରମୁଖ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହ ଶହୀଦ ହୋଇଥିବା ମହାପୁରୁଷଙ୍କ ଉଦ୍ଦେଶ୍ୟରେ ମହମବତୀ ଲଗାଇଥିଲେ।

Comments are closed.