କୋଭିସିଲ୍ଡ ଟିକା ଦ୍ବିତୀୟ ଡୋଜ୍‌ ପାଇଁ ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର

କୋଭିସିଲ୍ଡ ଟିକା ଦ୍ବିତୀୟ ଡୋଜ୍‌ ନେଇ ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର। ଏ ନେଇ ସବୁ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପୂର୍ବରୁ କୋଭିସିଲ୍ଡ ପ୍ରଥମ ଡୋଜ୍‌ର ୪ରୁ ୬ ସପ୍ତାହ ପରେ ଦ୍ବିତୀୟ ଡୋଜ୍ ଦିଆଯାଉଥିଲା। ଏନ୍‌ଟିଏଜିଆଇ ପରାମର୍ଶ ଅନୁସାରେ ଏଣିକି ୪ରୁ ୮ ସପ୍ତାହରେ ଦ୍ବିତୀୟ ଡୋଜ୍‌ ଦିଆଯାଇପାରିବ। ଏହା କେବଳ କୋଭିସିଲ୍ଡ ପାଇଁ ଲାଗୁ, କୋଭାସ୍କିନ୍‌ ପାଇଁ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।


ଅପରପକ୍ଷରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ କୋଭିଡ୍ ଟୀକା ନେବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ କୋଭିଡ୍ ସଂକ୍ରମଣରୁ ରକ୍ଷା କରିଥାଏ। ଏହା ସମ୍ପୂର୍ଣ୍ଣ ନିରାପଦ ଓ ଫଳପ୍ରଦ। ତେଣୁ ନିର୍ଭୟରେ ଟୀକା ନିଅନ୍ତୁ ଓ ଏଥିସହ କୋଭିଡ୍ ନିରୋଧି ଆଚରଣ ବଳବତ୍ତର ରଖନ୍ତୁ।

Comments are closed.