କୋଟଗଡରେ ରାଜ୍ୟ ପରିବହନ ମନ୍ତ୍ରୀ

କୋଟଗଡ: ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର କୋଟଗଡରେ ପହଞ୍ଚିଛନ୍ତି। ତାଙ୍କ ସହ ପତ୍ନୀ ବିଷ୍ନୁପ୍ରିୟା ବେହେରା ଏବଂ ବାଲିଗୁଡା ବିଧାୟକ ଚକ୍ରମଣି କଂହର ଆସିଥିଲେ। ସେ ପ୍ରଥମେ ପୂର୍ବାହ୍ନ ୧୨ଟା ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦଳୀୟ ବିଜୁ ଜନତା ଦଳ କର୍ମୀଙ୍କ ସହ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଏହା ପରେ ମାଣିକେଶ୍ବରୀ ଗୋଷ୍ଠୀ କେନ୍ଦ୍ର, କୋଟଗଡ ବସଷ୍ଟାଣ୍ଡ ଉଦଘାଟନ କରିଥିଲେ। ପରେ ଏକ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବରେ ଯୋଗ ଦେଇଥିଲେ ଓ ଛାତ୍ରଛାତ୍ରୀ ଙ୍କୁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କୋଟଗଡ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.