କୋସଲୀ ଭାଷା ସଂଗ୍ରାମୀଙ୍କ ଦିଲ୍ଲୀ ଗସ୍ତ

କଣ୍ଟାବାଞ୍ଜି : କୋସଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବିରେ କଣ୍ଟାବାଞ୍ଜି ଅଞ୍ଚଳର ଯୁବ କୋସଲୀ ଭାଷା ସଂଗ୍ରାମୀମାନେ ଶନିବାର ରେଳ ଯୋଗେ ଦିଲ୍ଲୀ ଗସ୍ତ କରିଛନ୍ତି । ଆଜି ସକାଳେ ନିର୍ଝରିଣୀର ସଂପାଦକ ତଥା ସଂଗଠକ ବିରଂଚି ନାରାୟଣ ଦାଶ ରେଳଷ୍ଟେସନକୁ ଯାଇ ଭାଷା ସଂଗ୍ରାମୀ ଉମେଶ କୁମାର ବେହେରା, କେକିସିଂ ଭୋଇ, ଅନନ୍ତ ବାଗ, ନୀଳମଣି କହଁର, ପ୍ରତୀକ ଦାସ, ଯଦୁ ପୁଟେଲ, ମୋହନ ପୁଟେଲ, ନୀଳକଣ୍ଠ ବାରିକ, ପ୍ରକାଶ ଚନ୍ଦ୍ର ରଣା, ଜଗଦାନନ୍ଦ ଯାନୀଙ୍କୁ ଆଜିର ଯାତ୍ରା ହେଉଛି କୋସଲୀଭାଷା ସୁରକ୍ଷାର ସ୍ୱ।ଭିମାନର ଯାତ୍ରା ତେଣୁ ଦାବି ନିଶ୍ଚିତ ପୂରଣ ହେବ ବୋଲି ଶୁଭମନାସୀ ବିଦାୟ ଦେଇଥିଲେ । ପ୍ରକାଶ ଥାଉକି ଏହା ପୂର୍ବରୁ କୋସଲ ଅଂଚଳର ଅନେକ ଅନୁଷ୍ଠାନ ତଥା ଭାଷାପ୍ରେମୀ ନିଜ ନିଜ ବ୍ଳକରେ ଦାବିପତ୍ର ଦେଵା ସହିତ ଧାରଣାରେ ବସିଥିଲେ। ଏବେ ସମସ୍ତେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଅଗଷ୍ଟ୮ତାରିଖ ଦିନ ଗୋଟିଏ ଦିନ ପାଇଁ ଧାରଣାରେ ବସିବେ। କୋସଲୀ ଭାଷାରେ ପାଠପଢ଼ା, କାର୍ଯ୍ୟାଳୟରେ କୋସଲୀ ଭାଷା ପ୍ରଚଳନ, କୋସଲୀ ୟୁନିଭରସିଟି ସ୍ଥାପନା ଆଦି ଦାବିକୁ ଗୁରୁତ୍ୱ ଦିଆଯାଇଛି ।

Comments are closed.