ଲଇଡାରେ କୋଶଳ ରାଜ୍ୟ ଦାବି ବନ୍ଦ ପ୍ରଭାବ ଶୂନ୍ୟ

ରେଙ୍ଗାଲି – କୋଶଳ୍‌ ରାଏଜ୍‌ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀ ନେଇ ବୁଧବାରରେ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଥିଲା । ରେଙ୍ଗାଲି ବ୍ଳକ୍‌ ସଦର ମହୁକୁମା ତଥା ଏହାର ପ୍ରାୟ ସମସ୍ତ ଅଞ୍ଚଳ ରେ ବନ୍ଦର କୌଣସି ପ୍ରଭା ଦେଖିବାକୁ ମିଳି ନଥିଲା । କେବଳ ବ୍ଳକ୍ର ଲଇଡାରେ ସ୍କୁଲ କଳେଜ ରହିଥିବାର ଦେଖିବାକୁ ମିଳିଥିଲା । କବିର ଶରଣ ନାଏକ,ପ୍ରେମାନନ୍ଦ ବ୍ରିନେଦ୍‌,ଭାରତ ଚନ୍ଦ୍ର କରାଲି ପ୍ରମୁଖ ପିକେଟିଂ କରି ବନ୍ଦ ପାଳନ ର ନେତୃତ୍ୱ ନେଇଥିଲେ । ତେବେ ଦୋଜାନ ,ବଜାର ଏବଂ ଯାନବାହାନ ଚଳାଚଳ ତଥା ସାଧାରଣ ଜୀବନ ଯାତ୍ରା ସ୍ୱ।।ଭାବିକ ରହିଥିଲା ।

Comments are closed.