କୋଷ‌ାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ପୀଡିତାଙ୍କ ସହ ଦୁଷ୍କର୍ମ ହୋଇନାହିଁ, କେବଳ ତଣ୍ଟି ଚିପି ହତ୍ୟା କରାଯାଇଛି  

ନବରଙ୍ଗପୁର: କୋଷ‌ାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ମଙ୍ଗଳବାର ନୂଆ ମୋଡ ନେଇଛି। ନାବାଳିକା ସହ ଦୁଷ୍କର୍ମ ହୋଇ ନାହିଁ, କେବଳ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ବ୍ୟବ​‌ଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ବ୍ୟବ​‌ଚ୍ଛେଦ ରିପୋର୍ଟ ଆସିଲା ପରେ ପୁଲିସ ପୀଡିତାଙ୍କ ପରିବାର ଲୋକ ଓ ଗ୍ରାମବାସୀଙ୍କ ସମ୍ମୁଖରେ ପଢି ଶୁଣାଇଥିଲେ। କିନ୍ତୁ ପୀଡିତାଙ୍କ ପରିବାର ଲୋକ ଏହାକୁ ମାନିବାକୁ ରାଜି ନାହାନ୍ତି। ବ୍ୟବ​‌ଚ୍ଛେଦ ରିପୋର୍ଟ ଭୁଲ୍ ବୋଲି ପୀଡିତାଙ୍କ ସମ୍ପର୍କୀୟ ଏବଂ ପରିବାରଲୋକ ଅଭିଯୋଗ କରିଛନ୍ତି। ଏହା ସହ ପୀଡ଼ିତାଙ୍କ ମୃତଦେହ କବରରୁ ବାହାର କରି ପୁଣି ଥରେ ବ୍ୟବ‌ଚ୍ଛେଦ କରିବା ପାଇଁ ପରିବାର ଲୋକ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ୧୩ ତାରିଖ ରାତି ୭ଟା ବେଳେ ନାବାଳିକା ଜଣକ ଘରେ ନ ଥିବା ପରିବାର ଲୋକେ ଦେଖିଥିଲେ। ଫଳରେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳି ନ ଥିଲା। କିନ୍ତୁ ତା’ପର ଦିନ ସକାଳେ ଘରଠାରୁ ୬୦୦ ମିଟର ଦୂରରେ ଅମରି ଗଛ ତଳେ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ଏହାର କିଛି ଦୂରରେ ୨ଟି ଜିନ୍ସ ପ୍ୟାଣ୍ଟ ଏବଂ ଚପଲ ପଡ଼ି ରହିଥିଲା। ନାବାଳିକାଙ୍କୁ ଗଣବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ କୋଷାଗୁମୁଡ଼ା ଥାନାରେ ଏତଲା ଦିଆଯାଇଛି।

Comments are closed.