ବୋରିଗୁମ୍ମା ଆରଡବ୍ଲ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ ନିଖୋଜ

କୋରାପୁଟ : କୋରାପୁଟ ଜିଲା ବୋରିଗୁମ୍ମା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସଏସ) ବିଭାଗ କନିଷ୍ଠ ଯନ୍ତ୍ରୀ ଏମ. ଭେଙ୍କଟ ରାଓ ନିଖୋଜ ଥିବା ନେଇ ମଙ୍ଗଳବାର ଜଣାପଡ଼ିଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ବି.ସିଂହପୁର ଥାନାରେ ଏତଲା ଦିଆଯାଇଛି। ଯନ୍ତ୍ରୀ ଏମ୍‍ . ଭେଙ୍କଟ ରାଓ ସୋମବାର ଅଫିସ କାର୍ଯ୍ୟରେ ହରଡ଼ାପୁଟ ଯାଇଥିଲେ। ତାଙ୍କ ସହ ଜୟପୁର ଆରଡବ୍ଲ୍ୟୁଏସଏସ ବିଭାଗ ଏସଡିଓ ଏବଂ ଠିକାଦାର ମଧ୍ୟ ଥିଲେ। କିନ୍ତୁ ସେମାନେ ଘରକୁ ଫେରିଥିବା ବେଳେ ଯନ୍ତ୍ରୀଙ୍କ କୌଣସି ପତ୍ତା ମିଳୁ ନାହିଁ। ସମସ୍ତେ ଏକାଠି ଯାଇଥିବାବେଳେ ଯନ୍ତ୍ରୀ କିପରି ନିଖୋଜ ରହିଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.