କୁଅ ଭିତରୁ ଝିଅ ଓ ପୁଅ ସହ ମା’ର ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲା କୋଟପାଡ ବ୍ଲକର ୮ନଂ ୱାର୍ଡର ଏକ କୁଅ ଭିତରୁ ୩ ବର୍ଷର ଝିଅ ଓ ୨ବର୍ଷର ପୁଅ ସହ ମା’ର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ କୂଅ ଭିତରୁ ମୃତଦେହ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପରିବାରିକ କଳହରୁ ମହିଳା ଜଣଙ୍କ ପୁଅ, ଝିଅଙ୍କୁ ଧରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମହିଳାଙ୍କ ସ୍ବାମୀଙ୍କୁ ପୁଲିସ ଥାନାରେ ଅଟକ ରଖିଛି।

Comments are closed.