ବିପଦ ସଂକେତ ଟପିଲା ଦେବୀ ନଦୀ; ଆତଙ୍କରେ ନଦୀକୁଳିଆ

କୋଣାର୍କ: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଦେବୀ ନଦୀ । କାକଟପୁର ବାଉରିଆ କଣ ନିକଟରେ ଦେବୀ ନଦୀ ବପଦ ସଂକେତ ଟପିଛି । ବିପଦ ସଂକେତ ୪.୯୩ ମିଟର ରହିଥିବା ବେଳେ ବର୍ତ୍ତମାନ ୫.୫ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ନଦୀକୁଳିଆଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି । ସେପଟେ ଆଜି ତଳ ମୁଣ୍ଡରେ ବର୍ଷା ଛଡ଼ିଥିବା ବେଳେ ମହାନଦୀର ଉପର ମୁଣ୍ଡରେ ବର୍ଷା ଲାଗି ରହିଛି ।

ତେଣୁ ମାହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଲଗାତର ନଦୀର ଜଳସ୍ତର ବଢ଼ୁଥିବାରୁ ଆଜି ହୀରାକୁଦର ୮ଟି ଗେଟକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ହୀରାକୁଦର ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ପୂର୍ବରୁ ୩୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିଲା । ହେଲେ ବନ୍ୟା ସମ୍ଭାବନା ବଢ଼ିବାରୁ ୮ଟି ଗେଟକୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବନ୍ଦ କରିଦିଆଯାଇଛି ।

Comments are closed.