ମୃତଦେହ ଦେଖିବାକୁ ୫୧,୦୦୦ ଦାବିକଲା ଡାକ୍ତରଖାନା !

କଲକାତା : କରୋନାରେ ମୃତ ଜଣେ ବୃଦ୍ଧଙ୍କ ଶେଷଦର୍ଶନ ପାଇଁ ତାଙ୍କ ପରିବାରଠାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ୫୧,୦୦୦ଟଙ୍କା ଦାବି କରିବା ଘଟଣାକୁ ନେଇ ପଶ୍ଚିମବଙ୍ଗରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ରାତିରେ ହରି ଗୁପ୍ତା ନମକ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ସାଗର ଗୁପ୍ତାଙ୍କ ପକ୍ଷରୁ ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ବାପାଙ୍କ ମୃତ୍ୟୁ ସମ୍ପର୍କରେ ପରିବାରକୁ ରବିବାର ଅପରାହ୍ଣ ପର୍ଯ୍ୟନ୍ତ ଜଣାଇ ନ ଥି​‌େ​‌ଲ। ଯୋଗାଯୋଗ ପାଇଁ କୌଣସି ସାଧନ ନ ଥିବା ସେମାନେ କହିଥିଲେ। ଖବର ପାଇ ପରିବାର ଡାକ୍ତରଖାନାରେ ପହଞ୍ଚିବା ପରେ ମୃତଦେହ ଶିବପୁର ଶବଦାହ ସ୍ଥଳକୁ ପଠାଯାଇଥିବା କହିଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ମୃତଦେହ ଦେଖିବା ପାଇଁ ୫୧,୦୦୦ ଟଙ୍କା ମଗାଯାଇଥିଲା ବୋଲି ସାଗର କହିଛନ୍ତି। ପରେ ଏହି ପରିମାଣ ୩୧,୦୦୦ଟଙ୍କା କମିଥିଲା। ପୁଲିସକୁ ଘଟଣାସ୍ଥଳରେ ପହଞ୍ଚିଥିଲା ସତ; କିନ୍ତୁ ଡାକ୍ତରଖାନା ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ କଥା ହେବା ପାଇଁ ସେଠାରେ ଉପସ୍ଥିତ କର୍ମଚାରୀ କହିଥିଲେ। ସୋମବାର ବିବାଦର ଆପାତତଃ ସମାଧାନ ହେବା ସହ ଶବ ସଂସ୍କାର କରାଯାଇଥିଲା।

Comments are closed.