କାଳ ହେଲା ବନ୍ଧୁଙ୍କ ଜନ୍ମଦିନ ଉତ୍ସବ : କୋଲାବ ନଦୀରେ ବୁଡି ୩ ମୃତ

କୋରାପୁଟ: କାଳ ହେଲା ବନ୍ଧୁଙ୍କ ଜନ୍ମଦିନ ଉତ୍ସବ। ବନ୍ଧୁଙ୍କ ଜନ୍ମଦିନ ପାଳନ କରିବାକୁ ଯାଇ ୩ ଜଣ ବନ୍ଧୁଙ୍କ ଜୀବନ ଚାଲିଯାଇଛି। ଏଭଳି ଏକ ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ସାତ ଜଣ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳନ କରିବାକୁ କୋଲାବ ଡ୍ୟାମ୍ ନିକଟକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ଛାତ୍ର କୋଲାବ ନଦୀରେ ସ୍ନାନ କରିବାକୁ ଯାଇଥିଲେ। ଗାଧୋଇବା ସମୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ୪ ଜଣ ଛାତ୍ର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ। ପରେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.