ରାହୁଲ-ରୋହିତ ଓପନ୍‌ କରିବେ ; ମୁଁ ୩ନଂରେ ଖେଳିବି: କୋହଲି

ଦୁବାଇ : ‌ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତୀୟ ଦଳର ବ୍ୟାଟିଂକ୍ରମକୁ ନେଇ ବହୁତ ଆଲୋଚନା ହେଉଛି। ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ପାଳି ଆରମ୍ଭ କରୁଥିବା ଅଧିନାୟକ ବିରାଟ କୋହଲି କ’ଣ ବିଶ୍ବକପ୍‌ରେ ମଧ୍ୟ ସେପରି କରିବେ? ଏପରି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ଅଧିନାୟକ କୋହଲି। ସେ କହଛନ୍ତି ରୋହିତ ଶର୍ମାଙ୍କ ସହ କେ.ଏଲ୍‌. ରାହୁଲ ପାଳି ଆରମ୍ଭ କରିବେ ଏବଂ ସେ ୩ନଂ ସ୍ଥାନରେ ଖେଳିବେ। ଇଂଲଣ୍ଡ ବିପକ୍ଷରେ ସୋମବାର ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଭାରତୀୟ ବ୍ୟାଟିଂ ଲାଇନ୍ ବିଷୟରେ ପ୍ରଶ୍ନହେବାରୁ କୋହଲି କହିଥିଲେ- ଆଇପିଏଲ୍‌ ପୂର୍ବରୁ କଥା ଭିନ୍ନ ଥିଲା। ବିଶ୍ବକପ୍‌ରେ ରାହୁଲଙ୍କୁ ଛାଡ଼ି ଆଉ କିଏ ଓପନ୍‌ କରି​‌େ​‌ବ ବୋଲି ଆମେ ଭାବି ପାରୁନାହୁଁ। ରୋହିତ ଜଣେ ବିଶ୍ବସ୍ତରୀୟ ଓପ୍‌ନର। ବର୍ଷବର୍ଷ ଧରି ରୋହିତ ଓପ୍‌ନର ଭାବେ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ମୁଁ ୩ନଂ ସ୍ଥାନରେ ବ୍ୟାଟିଂକରିବି। ଏବେ କେବଳ ଆପଣଙ୍କୁ ଏହି ଖବର ଦେଇପାରିବି। ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ପାଇଁ ଆମର ଯୋଜନା ପ୍ରସ୍ତୁତ। ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍‌ସର ଅଧିନାୟକ କେ.ଏଲ୍‌. ରାହୁଲ ସର୍ବାଧିକ ୩୦ଟି ଛକାମାରିବା ସହ ୩ୟ ସର୍ବାଧିକ ୬୨୮ ରନ୍‌ କରିଥିଲେ। ତେବେ ଏହା ସତ ଯେ ୨ଟି ଅଭ୍ୟାସ ମ୍ୟାଚ୍‌ରେ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ। ଆମକୁ ଦଳଗତ ଭାବେ ସମସ୍ତ ଖେଳାଳିଙ୍କୁ ପ୍ରସ୍ତୁତ ରଖିବାକୁ ହେବ। ନିକଟ ଅତୀତରେ ଆମେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରିଛୁ। ୧୧ ଜଣ ଖେଳାଳି ଭଲ ଫିଲ୍‌ଡିଂ କରିବା ଉପରେ ଗୁରୁତ୍ବ ଦେଉଛୁ। ଆମର ଖେଳାଳି ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଭାରତ ପାଇଁ ଭଲ ପ୍ରଦର୍ଶନ କରିବା ସମସ୍ତ ଖେଳାଳିଙ୍କ ପ୍ରାଥମିକତା। ଆଇପିଏଲ୍‌ରେ ଭିନ୍ନ ଖେଳାଳି ଭିନ୍ନ ଭୂମିକାରେ ଥିଲେ। ହେଲେ ବିଶ୍ବକପ୍‌ ଭିନ୍ନ। ଏହି ଟୁର୍ଣ୍ଣାମେଣ୍ଟ ଓ ବାତାବରଣ ସହ ଖାପ୍‌ ଖୁଆଇବା ଆମର ପ୍ରଥମ ଲକ୍ଷ୍ୟ।

Comments are closed.