୧୧ ବର୍ଷ ପରେ ବିନା ଶତକରେ ବର୍ଷ ଶେଷକଲେ ବିରାଟ

ଆଡିଲେଡ୍ : ଦୀର୍ଘ ୧୧ ବର୍ଷ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମଥର ବିନା ଶତକରେ ବର୍ଷ ଶେଷ କରିଛନ୍ତି। କରୋନା ପ୍ରଭାବିତ ଚଳିତ ୨୦୨୦ ବର୍ଷରେ ବିରାଟ ୩ଟିଯାକ ଫର୍ମାଟ- ଦିନିକିଆ, ଟ୍ବେଣ୍ଟି୨୦ ଓ ଟେଷ୍ଟମ୍ୟାଚ୍ରେ ଶତକ ଅର୍ଜନ କରିବାରେ ବିଫଳ ହୋଇଛନ୍ତି। ଭାରତ ଚଳିତବର୍ଷର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଡିସେମ୍ବର ୨୬ରୁ ବିପକ୍ଷରେ ଖେଳିବ। ଉକ୍ତ ମ୍ୟାଚ୍ ପୂର୍ବରୁ ବିରାଟ ପିତୃତ୍ବ ଛୁଟି ପାଇଁ ଭାରତ ଫେରିଆସିବେ। ବିରାଟଙ୍କ ପାଇଁ ଆଡିଲେଡ୍ ଟେଷ୍ଟ ଥିଲା ଚଳିତ ବର୍ଷ ଶେଷ ଅନ୍ତର୍ଜାତୀୟ ମ୍ୟାଚ। ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟ ପଦାର୍ପଣ କରିଥିବା ବିରାଟ ଉକ୍ତ ବର୍ଷ କ୍ରିକେଟର ୩ଟି ଯାକ ଫର୍ମାଟରେ କୌଣସି ଶତକ ଅର୍ଜନ କରିପାରିନଥିଲେ। ୨୦୦୯ରୁ ବିରାଟ ପ୍ରତିବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ଶତକ ଅର୍ଜନ କରିଚାଲିଥିଲେ। ଚଳିତ ବର୍ଷ ୨୨ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ବିରାଟ। ସେଥିମଧ୍ୟରୁ ବିରାଟ ୭ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି।