ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ:କୋହଲିଙ୍କ ୩ଟି କୀର୍ତ୍ତିମାନ

ସାଉଥାମ୍ପଟନ : ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ୩ଟି କୀର୍ତ୍ତିମାନ ହାସଲ କରିଛନ୍ତି। ଭାରତ ଖେଳିଥିବା ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିବାରେ କୋହଲି ବିଶ୍ବର ପ୍ରଥମ କ୍ରିକେଟର। ୨୦୦୮ରେ କୋହଲି ଅଧିନାୟକ ଭାବେ ୧୯ ବର୍ଷରୁ କମ୍ ବିଶ୍ବକପ୍‌ ଜିତିଥିବା ବେଳେ ୨୦୧୧ ବିଶ୍ବକପ୍ ଚମ୍ପିଆନ୍ ଭାରତୀୟ ଦଳର ସଦସ୍ୟ ଥିଲେ। ପରେ ସେ ୨୦୧୩ ଚମ୍ପିଆନ୍‌ସ ଟ୍ରଫି ଫାଇନାଲ ଖେଳିବା ସହ ୨୦୧୪ରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଫାଇନାଲ ଖେଳିଥିଲେ। ପୁଣି ୭ମ ଭାରତୀୟ ଭାବେ କୋହଲି ଟେଷ୍ଟ କ୍ରିକେଟ୍‌ରେ ୭୫୦୦ ରନ୍ ସ୍କୋର୍ କରିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ୬୦ଟି ଟେଷ୍ଟମ୍ୟାଚ୍‌ରେ ଭାରତର ନେତୃତ୍ବ କୀର୍ତ୍ତିମାନ ଭାଙ୍ଗି କୋହଲି ୬୧ଟି ଟେଷ୍ଟରେ ଭାରତର ଅଧିନାୟକ ହୋଇଛନ୍ତି।

Comments are closed.