ମହାସିଂ ପଞ୍ଚାୟତ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

କ ନୂଆଗାଁ: ସ୍ଵାଧୀନତାର ଅମୃତ ମହୋତ୍ସବ ଅବସରରେ କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ମହାସିଂ ପଞ୍ଚାୟତ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାସିଂ ସରପଞ୍ଚ ରଞ୍ଜିତ କୁମାର ମଲିକକ ନୈତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଜନସାଧାରଣ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ହାତରେ ତ୍ରିରଙ୍ଗା ଧରି ବନ୍ଦେ ମାତରମ୍, ଭାରତ ମାତାକୀ ଜୟ ସ୍ଲୋଗାନ୍ ଦେଇ ସମସ୍ତ ୱାର୍ଡ଼ ବଜାର ପରିକ୍ରମା କରିଥିଲେ। ଘରେ ଘରେ ଜାତୀୟ ପତାକା ବଣ୍ଟନ କରିବା ସହ ଘର ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରିବା ନିମନ୍ତେ ଅଞ୍ଚଳ ବାସୀଙ୍କୁ ବୁଝାଇ ଥିଲେ। ଏଥିରେ ସରପଞ୍ଚ ରଞ୍ଜିତ କୁମାର ମଲିକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କେସବ ଚନ୍ଦ୍ର କାମ୍ପ, ଅଚ୍ୟୁତ ପାତ୍ର, ଗ୍ରାମବାସୀ ପ୍ରମୁଖ ସାମିଲ୍ ହୋଇଥିଲେ।

Comments are closed.