ସହଜ ଉପାୟ ଦୂର କରେ ବହୁ ବ୍ୟଥା ଓ ଯନ୍ତ୍ରଣା

ଅଣ୍ଟା ବିନ୍ଧା ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା। ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବିଭିନ୍ନ ଔଷଧ ଓ ମଲମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପଚାର ଦ୍ୱାରା ଆମେ ଏହି ଅଣ୍ଟା ବିନ୍ଧାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେ ବିଷୟରେ …….
ଅଦା ଚାହା –
ଏକ କପ ପାଣି ଫୁଟାଇ ସେଥିରେ ଅଳ୍ପ ଚାହାପତି ଓ ୧ଚାମଚ ଅଦା ପକାଇ କିଛି ସମୟ ଫୁଟାଇ ଛାଣନ୍ତୁ। ଏଥିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ। ଏହାକୁ ନିୟମିତ ଏକ ସପ୍ତାହ ପିଇଲେ ଅଣ୍ଟା ବିନ୍ଧାରୁ ମୁକ୍ତି ମିଳିଥାଏ।
ତୁଳସୀପତ୍ର –
ପ୍ରତିଦିନ ଖାଲି ପେଟରେ ୬ ରୁ ୭ଟି ତୁଳସୀ ପତ୍ର ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳେ।
ନଡ଼ିଆ ତେଲ –
ନିୟମିତ ନଡ଼ିଆ ତେଲକୁ ଗରମ କରି ଅଣ୍ଟାରେ ଲଗାଇଲେ ମଧ୍ୟ ଏହା ଖୁବ ଉପକାର ପ୍ରଦାନ କରିଥାଏ।
କ୍ଷୀର –
ନିୟମିତ କ୍ଷୀରରେ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଅଣ୍ଟା ବିନ୍ଧା ଦୂର ହୋଇଥାଏ।
ରସୁଣ –
ନିୟମିତ ୧ମାସ ପର୍ୟ୍ୟନ୍ତ ୧ରୁ୨ଟି ରସୁଣ ପାଖୁଡ଼ା ପ୍ରତିଦିନ ଖାଇବା ଦ୍ୱାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

 

Comments are closed.