ଶୋଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପିଠି ତଳକୁ କରି ଶୋଇବା –
ପିଠି ତଳକୁ କରି ଶୋଇବା ଦ୍ୱାରା ଆପଣଙ୍କ ଶରୀର ଓଜନର ବଳ ସମ୍ପୂର୍ଣ୍ଣ ଶରୀର ଉପରେ ସମାନ ଭାବେ ପଡ଼ିଥାଏ। ମସ୍ତିଷ୍କ, ବେକ, ମେରୁଦଣ୍ଡ ସିଧା ରହିଥାଏ। ଏପରି ଶୋଇବା ଶୈଳୀରେ ତକିଆ ମୁଣ୍ଡ ତଳେ ଦେବା ଅପେକ୍ଷା ଆଣ୍ଠୁ ତଳେ ଦେବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ପେଟ ତଳକୁ କରି ଶୋଇବା –
ବହୁ ଲୋକେ ପେଟ ମାଡ଼ି ଶୋଇବାକୁ ପସନ୍ଦ କରିଥାଆନ୍ତି। ଅଧିକାଂଶ ଛୋଟ ପିଲାମାନେ ଏଭଳି ଶୈଳୀରେ ଶୋଇ ଥାଆନ୍ତି। ପେଟ ମାଡ଼ି ଶୋଇବା ଫଳରେ ପ୍ରାକୃତିକ ଉପାୟରେ ସ୍ୱାସ୍ଥ୍ୟ ଉପରେ କେତେକ ପ୍ରଭାବ ପକାଏ। ଏହାସହ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା, ମାଂସପେଶୀୟ ଯନ୍ତ୍ରଣା, ବେକରେ ବ୍ୟଥା ଭଳି ସମସ୍ୟା ଦେଖାଦେଇଥାଏ। ମାତ୍ର ପିଠି ତଳକୁ କରି ଶୋଉଥିବା ବ୍ୟକ୍ତିଙ୍କ ତୁଳନାରେ ପେଟ ତଳକୁ କରି ଶୋଉଥିବା ବ୍ୟକ୍ତିଙ୍କୁ ଘୁଙ୍ଘୁଡ଼ି ଖୁବ କମ ହୋଇଥାଏ।
କଡ଼ଲେଉଟାଇ ଶୋଇବା –
ବିଶେଷଜ୍ଞଙ୍କ ମତରେ କଡ଼ଲେଉଟାଇ ଶୋଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ। କଡ଼ଲେଉଟାଇ ଶୋଇବା ଦ୍ୱାରା ହଜମ ପ୍ରକ୍ରିୟା ସଠିକ ରହିଥାଏ। ଶରୀର ବ୍ୟଥା ହେବା ସମସ୍ୟା ରହିନଥାଏ। ଏହାସହ ଗର୍ଭବତୀ ମହିଳାମାନେ ବାମ ପଟକୁ କଡ଼ଲେଉଟାଇ ଶୋଇଲେ ଏହା ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପାଇଁ ହିତକାରକ ଅଟେ। ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ଭାବେ ହୋଇଥାଏ।

Comments are closed.