କ୍ରୀଡ଼ା ସାମ୍ବାଦିକ ଓ ଭାଷ୍ୟକାର କିଶୋର ଭିମାନୀଙ୍କ ପରଲୋକ

ମୁମ୍ବଇ : ପ୍ରଖ୍ୟାତ କ୍ରୀଡ଼ା ସାମ୍ବାଦିକ ତଥା ଭାଷ୍ୟକାର କିଶୋର ଭିମାନୀଙ୍କ ଗୁରୁବାର ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତମାସରେ କିଶୋର କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ପରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ତାଙ୍କର ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା ଏବଂ ଗୁରୁବାର ତାଙ୍କ ପରଲୋକ ହୋଇଯାଇଥିଲା। ଭାଷ୍ୟକାର ଭାବେ ସେ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଦାୟିତ୍ବ ନିର୍ବାହ କରିଥିବା ବେଳେ କ୍ରୀଡ଼ା ସାମ୍ବାଦିକ ଭାବେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରିଥିଲେ। ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଥିଲା।

Comments are closed.