କିରଣ ଖେର୍‌ଙ୍କୁ କ୍ୟାନ୍ସର

ମୁମ୍ବଇ: ବିଜେପି ସାଂସଦ ତଥା ବରିଷ୍ଠ ବଲିଉଡ଼ ଅଭିନେତ୍ରୀ କିରନ୍ ଖେର ରକ୍ତ କର୍କଟ ରୋଗରେ ପୀଡିତ। ବର୍ତ୍ତମାନ ମୁମ୍ବଇରେ ସେ ଏହାର ଚିକିତ୍ସା କରାଉଛନ୍ତି। ତାଙ୍କ ଦଳର ସହକର୍ମୀ ଅରୁଣ ସୁଦ ଏକ ସାମ୍ବାଦିକ ସମ୍ମିଳନୀରେ କିରଣଙ୍କ ରୋଗ ବିଷୟରେ ସୂଚନା ଦେଇଛନ୍ତି। ସୁଦଙ୍କ କହିବାନୁଯାୟୀ, ଗତ ବର୍ଷରୁ କିରଣ ନିଜ ଚିକିତ୍ସା କରାଉଛନ୍ତି ଏବଂ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି।

ସୂଚନା ଅନୁସାରେ, ଗତବର୍ଷ ନଭେମ୍ବର ୧୧ରେ କିରଣଙ୍କ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କଠାରେ ବ୍ଲଡ଼୍‌ କ୍ୟାନ୍ସରର ଲକ୍ଷଣ ଦେଖାଦେଇଥିଲା। ଏହା ଧିରେ ଧିରେ ତାଙ୍କ ବାମ ହାତରୁ ଡାହାଣ କାନ୍ଧ ଯାଏଁ ବ୍ୟାପିଯାଇଥିଲା । ୨୦୨୦ ଡିସେମ୍ବର ୪ରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇକୁ ଅଣାଯାଇଥିଲା। ସେହିଦିନଠାରୁ ଲଗାତାର ଭାବେ ତାଙ୍କ ଚିକିତ୍ସା ଚାଲିଛି।

Comments are closed.