ବଲିଉଡ଼ ଅଭିନେତା କିରଣ କୁମାର କରୋନା ପଜିଟିଭ୍‍

ମୁମ୍ବଇ: ଲୋକପ୍ରିୟ ବଲିଉଡ ଅଭିନେତା କିରଣ କୁମାର କରୋନାର ଶୀକାର ହୋଇଥିବା ଜଣାପଡିଛି। ତାଙ୍କ ରିପୋର୍ଟ ପଜିଟିଭ୍‍ ଆସିଥିବା କିରଣ ନିଜେ ସୂଚନା ଦେଇଛନ୍ତି। ମିଳିଥିବା ଖବର ମୁତାବକ, କିରଣଙ୍କଠାରେ କରୋନା ଭାଇରସର କୌଣସି ଲକ୍ଷଣ ନଥିଲା । ସେ ସଂପୂର୍ଣ୍ଣ ଠିକ୍ ଥିଲେ । ତାଙ୍କର କାଶ, ଜ୍ବର ନଥିଲା କିମ୍ବା ନିଶ୍ବାସ ପ୍ରଶ୍ୱାସରେ କୌଣସି ଅସୁବିଧା ନଥିଲା । କିନ୍ତୁ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ପଜେଟିଭ ରିପୋର୍ଟ ଆସିବା ପରେ ବର୍ତ୍ତମାନ କିରଣ ଆଇସୋଲେସନରେ ଅଛନ୍ତି । ସୋମବାର କିମ୍ବା ମଙ୍ଗଳବାର ଦିନ ସେ ପୁଣିଥରେ ଟେଷ୍ଟ କରାଇବେ ବୋଲି ଜଣାପଡିଛି । କିରଣ କହିଛନ୍ତି ଯେ, କରୋନାକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ଆମକୁ ଏହାର ମୁକାବିଲା କରିବାକୁ ପଡିବ । ସେ ନିଜେ ଆଇସୋଲେସନରେ ରହି ନିୟମିତ ବ୍ୟାୟାମ କରୁଛନ୍ତି ଏବଂ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି ଏବଂ ଘରଲୋକଙ୍କ ସହିତ ଫୋନରେ କଥା ହେଉଛନ୍ତି।

Comments are closed.