MEllora 950×100

କିଟ୍‌କୁ ମିଳିଲା ରାଷ୍ଟ୍ରୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର

ଭୁବନେଶ୍ବର : କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌)କୁ ସମ୍ମାନଜନକ ରାଷ୍ଟ୍ରୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ମିଳିଛି । ବୁଧବାର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଭିତ୍ତିଭୂମି ସୃଷ୍ଟି ସହ ଖେଳାଳିଙ୍କୁ ପ୍ରୋତ୍ସାହନ ଓ ପ୍ରତିଯୋଗିତା ଆୟୋଜନରେ ମଧ୍ୟ ପ୍ରତିଷ୍ଠା ଅର୍ଜନ କରିଛି। ଉକ୍ତ ଅନୁଷ୍ଠାନ ଅଲିମ୍ପିଆନ ଦୂତି ଚାନ୍ଦ, ସି.ଏ ଭବାନୀ ଦେବୀ,ଶିବପାଲ ସିଂହ,ଅମିତ ରୋହିଦାସଙ୍କ ଭଳି ଖେଳାଳି ସୃଷ୍ଟି କରିପାରିଛି। ରାଷ୍ଟ୍ରୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ଆଗାମୀ ଦିନରେ ଅଧିକ ଉତ୍ସାହିତ କରିବ ବୋଲି ଡ ସାମନ୍ତ କହିଛନ୍ତି।

Comments are closed.