କିଶୋର ବୈଜ୍ଞାନିକ କେଭିପିୱାଇ ପାଇଁ ମନୋନୀତ ହେଲେ କିଟ୍‍ର ୫ଛାତ୍ରଛାତ୍ରୀ

ଭୁବନେଶ୍ୱର: ବେଙ୍ଗାଲୁରସ୍ଥିତ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସାଇନ୍‍ସ(ଆଇଆଇଏସି) ଦ୍ୱାରା ପରିଚାଳିତ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା(କେଭିପିୱାଇ) ପାଇଁ କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୫ଜଣ ଛାତ୍ର ମନୋନୀତ ହୋଇଛନ୍ତି। ସେମାନେ ହେଲେ ଦିପାଂଶୁ ମାଲ୍ଲୁ (ନ୍ୟାସ୍‍ନାଲ୍‍ ରାଙ୍କ-୬୫), ଦିବ୍ୟାଂଶୁ ମାଲ୍ଲୁ (ନ୍ୟାସ୍‍ନାଲ୍‍ ରାଙ୍କ-୬୭), ବିଦ୍ୟାଧର ସାହୁ (ନ୍ୟାସ୍‍ନାଲ୍‍ ରାଙ୍କ-୮୫୧), କନିଷ୍କ ମୋଦି(ନ୍ୟାସ୍‍ନାଲ୍‍ ରାଙ୍କ-୨୫୨) ଏବଂ ପ୍ରଥମ ପ୍ରତୀକ ମହାନ୍ତି (ନ୍ୟାସ୍‍ନାଲ୍‍ ରାଙ୍କ-୭୦୭)। ସ୍କୁଲ୍‍ର ଏହି ସଫଳତାରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଆନନ୍ଦ ପ୍ରକାଶ କରିବା ସହ କେଭିପିୱାଇରେ ସଫଳ ସମସ୍ତ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

ଏଥିସହ ଶ୍ରୀ ସାମନ୍ତ ସ୍କୁଲ୍‍ର ଚେୟାରପର୍ସନ୍‍ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆରଙ୍କ ସମେତ ସ୍କୁଲ୍‍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲର ଗୁଣାତ୍ମକ ଶିକ୍ଷା ଓ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ନିରନ୍ତର ମାର୍ଗଦର୍ଶନ ଫଳରେ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ବିଭିନ୍ନ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିଆସୁଛନ୍ତି। ବିଜ୍ଞାନ ପାଠ୍ୟକ୍ରମ ଓ ଅନୁସନ୍ଧାନ ବୃତ୍ତି ପାଇଁ ବିଜ୍ଞାନରେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ପକ୍ଷରୁ କେଭିପିୱାଇ କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନାରେ ଦକ୍ଷତା ଓ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ପରି ଦୁଇଟି ପ୍ରକ୍ରିୟାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଥାଏ। ୨୦୨୦-୨୧ବର୍ଷରେ କରୋନା ଯୋଗୁଁ କେବଳ ଦକ୍ଷତା ପରୀକ୍ଷା କରାଯାଇଥିଲା।

Comments are closed.