ବିଶ୍ୱ ସ୍ତରରେ ଉପରକୁ ଉଠିଲା କିଟ୍‍

ଭୁବନେଶ୍ୱର: ବିଶ୍ୱବିଶ୍ୱବିଦ୍ୟାଳୟ ସ୍ତର(ରାଙ୍କିଙ୍ଗ)ରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟ। ଗୁରୁବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ରାଙ୍କିଙ୍ଗ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‍ ଅତ୍ୟଧିକ ଭଲ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ରାଙ୍କ-୨୦୨୨ ଫଳାଫଳ ଆଜି ପ୍ରକାଶ ପାଇଛି। ପୂର୍ବବର୍ଷ କିଟ୍‍ ୧୦୦୦+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ରାଙ୍କ ଉନ୍ନୀତ ହୋଇ ୮୦୦+ରେ ରହିଛି। ଇଞ୍ଜିନିୟରିଂରେ କିଟ୍‌ ବିଶ୍ୱବିଦ୍ୟାଳୟ ପୂର୍ବବର୍ଷ ୬୦୦ ସ୍ଥାନରେ ଥିବା ବେଳେ ଏବର୍ଷ ମଧ୍ୟ ଏଥିରେ ଅଗ୍ରଗତି ହୋଇଛି।

ସେହିପରି ଭେଲୋର ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି, ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍‍ ଓ ଏନ୍‍ଆଇଟି ରାଉରକେଲା ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ସେମାନଙ୍କ ପୂର୍ବ ବର୍ଷ ରାଙ୍କ ୮୦୦+ ବଜାୟ ରଖିଛନ୍ତି। ଆଇଆଇଟି ଭୁବନେଶ୍ୱର ଓ ମନିପାଲ୍‍ ଆକାଡେମୀ ଅଫ୍‍ ହାଇଅର ଏଜୁକେସନ୍‍ ୧୦୦୦+ ସ୍ଥାନରେ ରହିଥିବା ବେଳେ ଏସ୍‍ଆର୍‍ଏମ୍‍ ୧୨୦୦+ ରାଙ୍କରେ ରହିଛନ୍ତି। ଚଳିତବର୍ଷ ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ କିଟ୍‍ ଓଡ଼ିଶାର ଶିକ୍ଷାନୁଷ୍ଠାନ ମଧ୍ୟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ପୂର୍ବଭାରତରେ ଥିବା ଡିମ୍‍ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ମଧ୍ୟ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି।

Comments are closed.