ସମାଜ ପ୍ରଭାବ…କିଡନୀରୋଗାକ୍ରାନ୍ତ ଦମ୍ପତିଙ୍କ ପାଖରେ ପଂହଚିଲା ଡାକ୍ତରୀଦଳ

ବଳଭଦ୍ରଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଭେଜିଗୁଡା ପାତ୍ରପଡା ସାହିର କିଡନୀ ରୋଗାକ୍ରାନ୍ତ ଦମ୍ପତି ବଳଭଦ୍ର ସେଠୀ ଏବଂ ତାଙ୍କ ପନ୍ତ୍ରୀ ସମ୍ବାରୀ ସେଠୀ ଦୁହେଁ ଅସହାୟ ଅବସ୍ଥାରେ ଖଟରେ ପଡିରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏକ ଅନୁସନ୍ଧାନମୂଳକ ଶୀର୍ଷକ ଖବର ଗତ୧୪ ତାରିଖ ସମାଜରେ ପ୍ରକାଶ ପାଇଥିଲା। ଖବରର ସତ୍ୟତା ଏବଂ ନିରପେକ୍ଷତା ଦୃଷ୍ଟିକୋଣରୁ ଜିଲ୍ଲା ପ୍ରଶାସନ ଘଟଣାଟିକୁ ଗମ୍ଭୀରତାର ସହ ଗ୍ରହଣ କରିଥିଲେ।ବୌଦ୍ଧ ସି.ଡି.ଏମ.ଓଙ୍କ ନିର୍ଦ୍ଦେଶକ୍ରମେ ସେଦିନ ହିଁ ହରଭଙ୍ଗା ଡାକ୍ତର ଶ୍ୟାମପ୍ରସାଦ ମେହେର ନିଜ ଟିମ୍ ସହ ତାଙ୍କ ପାଖରେ ପଂହଚିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ରୋଗୀର ସଙ୍କଟାପନ୍ନ ସ୍ୱାସ୍ଥ୍ୟବସ୍ଥା ଦେଖୀ ଡାକ୍ତରୀ ଟିମ ଏ ସଂର୍ପକରେ ବୌଦ୍ଧ ସି.ଡି.ଏମ.ଓଙ୍କୁ ଅବଗତ କରାଇଥିଲେ।ଖବର ପଢି ଶନିବାର ସଂନ୍ଧ୍ୟାରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ମଧ୍ୟ ବଳଭଦ୍ରଙ୍କ ପାଖରେ ପଂହଚିଥିଲେ। ତାଙ୍କର ଏବଂ ପରିବାରର ଦୂରାବସ୍ଥା ନିଜ ଆଖିରେ ଦେଖିବା ପରେ ଗଭୀର ଦୁଃଖ ପ୍ରକାଶ କରିଥଲେ। ଏହା ସହିତ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୁଦ୍ଧକାଳୀନ ଭିତ୍ତିରେ ପକ୍କାଘର ସାଙ୍ଗକୁ ଭତା ଏବଂ ରେଡକ୍ରସ ପାଣ୍ଠିରୁ ଆବଶ୍ୟକୀୟ ସରକାରୀ ସହାୟତା ସୋମବାର ସୁଦ୍ଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ରବିବାର ସକାଳେ ବୌଦ୍ଧ ସି.ଡି.ଏମ.ଓ ତ୍ରିଲୋଚନ ପ୍ରଧାନ ନିଜେ ତାଙ୍କ ଡାକ୍ତରୀ ଟିମ୍ ସହ ବଳଭଦ୍ରଙ୍କ ଘରେ ପଂହଚିଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଦେଖି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ବୌଦ୍ଧ ମେଡିକାଲ ଆଜି ଅଣାଯାଇଛି। ତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଯୋଗାଇଦିଆଯିବା ପାଇଁ ସି.ଡି.ଏମ.ଓ କହିଛନ୍ତି। ସେ ଯାହା ହେଉନା କାହିଁକି ଦୀର୍ଘଦିନ ହେଲା କିଡନୀରେ ପିଡୀତ ହୋଇ ମଧ୍ୟ ଦମ୍ପତିଙ୍କ ପକ୍ଷରୁ ସରକାରୀ ସହାୟତା ପାଇଁ ପ୍ରଶାସନର କବାଟ ଦିନେ ବାଡେଇନଥିବା ଏହି ଅସହାୟ ପରିବାରଙ୍କ ଅସୀମ ଧୈର୍ଯ୍ୟ ପ୍ରଶାସନ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏମାନଙ୍କ ସରକାରୀ ସହାୟତା ପ୍ରଦାନରେ ସମାଜ“’ର ଭୂମିକାକୁ ପ୍ରଶାସନିକ ଅଧିକାରୀମାନେ ପ୍ରଂଶସା କରିବାକୁ ଭୁଲିନାହାଁନ୍ତି।

Comments are closed.