ରାଜକେଳରେ କିଡନୀ  ଆତଙ୍କ ; ୨ ବର୍ଷରେ ୭ ମୃତ,୩ ଶଯ୍ୟାଶାୟୀ

କେବେ ପଡିବ ପ୍ରଶାସନର ନଜର

ଗୁଡଭେଲା : ଗୁଡଭେଲା ବ୍ଳକ ଘୁନା ପଞ୍ଚାୟତ ଅନ୍ତର୍ଗତ ରାଜକେଳ ଗାଁରେ କିଡନୀ ରୋଗ ଆତଙ୍କ ଖେଳିଯାଇଥିବା ଅଭିଯୋଗ ଆସିଛି। ଗତ ୨ ବର୍ଷ ମଧ୍ୟରେ ୭ ଜଣ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ବର୍ତ୍ତମାନ ମୃତ୍ୟୁ ପାଇଁ ସଂଗ୍ରାମ କରୁଥିବା ଜଣାପଡିଛି। ତୁରନ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ପାନୀୟ ଜଳ ପରୀକ୍ଷା କରିବା ପାଇଁ ଦାବି ହେଉଛି। ହେଲେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନ ଥିବା ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ ଯେ ରାଜକେଳ ଗାଁରେ ପ୍ରାୟ ୧୧ଟି ପଡାରେ ୧୩ ଶହ ଅଧିକ ଲୋକ ବାସ କରନ୍ତି । ସେଥି ମଧ୍ୟ ପ୍ରାୟ ୫୦ ପ୍ରତିଶତ ଆଦିବାସୀ ଅଟନ୍ତି। ଗାଁ ଲୋକ କହିବା ଅନୁସାରେ ପୂର୍ବରୁ ପ୍ରାୟ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ଗାଁର ସମସ୍ତ ଲୋକମାନେ ପୋଖରୀ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ। ହେଲେ ବର୍ତ୍ତମାନ ସମସ୍ତ ପଡାରେ ନଳକୂପର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । ନଳକୂପର ପାଣି ପଡି  ଚାନ୍ଦିନିରେ ଚାରି ପଡେ ହଳଦୀ ହୋଇ କଳା ପଡି ଯାଉଛି । ଏବଂ ପାଣିରେ ଅଧିକ ମାତ୍ରାରେ ଫ୍ଳୋରାଇଟ ଅଂଶ ରହିଥିବାରୁ ଏହି ରୋଗ ମୁଖ୍ୟ କାରଣ ବୋଲି ଗାଁ ଲୋକେ ଆଂଶଙ୍କା କରୁଛନ୍ତି । ଏହି ରୋଗ ଦ୍ବାରା ପ୍ରାୟ ୨ ବର୍ଷ ମଧ୍ୟରେ ଗାଁ ୬ ଜଣ ମୃତ୍ୟୁବରଣ କରିଛନ୍ତି । ସେଥିମଧ୍ୟରୁ ଅଧିକାଂଶ ୩୦ ରୁ ୪୦ ବୟସର ଲୋକ ବୋଲି ଗାଁ ଲୋକେ କହିଛନ୍ତି । ପୂର୍ବରୁ ରୋଗର ଲକ୍ଷଣ ଜଣା ପଡୁ ନଥିବା ବେଳେ ହଠାତ ରୋଗ ଆକ୍ରାନ୍ତ ହୋଇ ଦ୍ବାରା ବଲାଙ୍ଗୀର, ବୁର୍ଲା, ବିସମ କଟକ,ସହ ୱାଳଟିୟର୍ ନେଇ ନେଇ ରୋଗୀଙ୍କୁ ଚିକିତ୍ସା କଲା ପରେ ସମସ୍ତ ଜମିବାଡ଼ିକୁ ବନ୍ଧା ପକାଇ ଟଙ୍କା ପାଇସା ସାରିବା ସହ ବିଜୁ ସ୍ବାସ୍ଥ୍ୟ କାର୍ଡ ମଧ୍ୟ କାର୍ଯ୍ୟରେ ଆସୁନଥିବା ଅଭିଯୋଗ ହେଉଛି । ସବୁ ପ୍ରକାଶ ଉପାୟ ଶୁନ୍ୟ ହୋଇ କିଛି ଦିନ ଗଲା ପରେ ରୋଗୀ ମୃତ୍ୟୁବରଣ କରୁଛନ୍ତି। ଯାହା ଦ୍ୱାରା ଛୋଟ ଛୋଟ ଶିଶୁ ଅନାଥ ହେବା ସହ ଘରର ମହିଳାମାନେ କୁଲିମଜୁରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ଯାହା ଏକ ହୃଦବିଦାରକ ଦୃଶ୍ୟ । ୨ ମାସ ପୂର୍ବରୁ ଗାଁର ୧୮ ବର୍ଷ ବୟସର ଯୁବକ  ଦିପକ ଭୋଇଙ୍କ ବାପା କିଡନୀ ରୋଗରେ  ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଦୀପକ ଭୋଇର ମଧ୍ୟ କିଡନୀ ରୋଗରେ ପଡିବା ସହ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଜଟିଳ ରହିଛି । ୩୦ ରୁ କମ୍  ବର୍ଷ ହେବ ଯୁବକ ଦିନ ଭୋଇ  ଏବଂ  ୫୦ ବୟସର  କାଳିଆ ଘଡେଇ ମଧ୍ୟ ଶଯ୍ୟାଶାୟୀ ହୋଇଥିବାବେଳେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବାବେଳେ ୯ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ସୁଦାମ ଭୋଇ  ୨୮ ବର୍ଷ ବୟସରେ ଗୁରୁବାର ରାତିରେ ମୃତ୍ୟୁବରଣ କରିଛନ୍ତି । ଯାହା ଦ୍ୱାରା ଗାଁରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି।

 ଏହିପରି ଭାବରେ ରାଜକେଳ ଗାଁରେ ଧିରେ ଧିରେ କିଡନୀ ରୋଗ ବ୍ୟାପି ୨ ବର୍ଷ ମଧ୍ୟରେ ୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଏହି ବିଷୟରେ ସ୍ବାସ୍ଥ୍ୟ ବିଭାଗ ଅବଗତ ରହିଥିବାବେଳେ ଗାଁରୁ ପାନୀୟ ଜଳର ନମୁନା ସଂଗ୍ରହ କରି କାମ ସାରି ଦେଇଥିବାବେଳେ । ଅନ୍ୟ  କୌଣସି ଧ୍ୟାନ ଦେଉ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଜିଲ୍ଲା ପ୍ରଶାସନ ଏହି ବିଷୟରେ ଧ୍ୟାନ ଦେବାକୁ ଦାବି ହେବା ସହ ସ୍ବାସ୍ଥ୍ୟ  ଅବସ୍ଥା ଯାଞ୍ଚ କରିବା ସହ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଦାବି ହେଉଛି ।

Comments are closed.