୪ ପଥର ବୋଝେଇ ଟ୍ରକରୁ ୪୦ ହଜାର ଟଙ୍କା ଆଦାୟ

ଖୁଣ୍ଟା : ଖୁଣ୍ଟା ବାଟ ଦେଇ ରାଜପଥରେ ଜିଏସଟି ଫାଙ୍କି ଦେଇ କ୍ରସରରୁ ପଥର ଚାଲାଣ କରୁଥିବା ୪ ଗୋଟି ଟ୍ରକରୁ ଗୋପବନ୍ଧୁ ନଗର ତହସିଲଦାରଙ୍କ ନିର୍ଦେଶରେ ୪୦ ହଜାର ଟଙ୍କା ଆଦାୟ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଜଗନ୍ନାଥ ଖୁଣ୍ଟାର ଏକ କ୍ରସରରୁ ୪ ଗୋଟି ଟ୍ରକରେ ଉଦଳାକୁ ପଥର ଚାଲାଣ କରାଯାଉଥିବା ବେଳେ ସୋମବାର ପୂର୍ବାହ୍ନରେ ଖୁଣ୍ଟା ନିକଟ ରାଜପଥରେ ଗାଡ଼ି ଗୁଡିକର କାଗଜପତ୍ର ଗୋପବନ୍ଧୁ ନଗର ରାଜସ୍ୱ କର୍ମଚାରୀମାନଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଜିଏସଟି ବିଲରେ ଭୁଲ ତଥ୍ୟ ଥିବା ଜଣାପଡିଥିଲା। ତହସିଲଦାର ସଂକଳ୍ପ ସ୍ୱସ୍ତିକ ସାହୁ, ଅତିରିକ୍ତ ତହସିଲଦାର ସୁବୋଧ କୁମାର ପାତ୍ରଙ୍କ ଉପସ୍ଥିତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

Comments are closed.