୩ କେଜିରୁ ଅଧିକ ଗଞ୍ଜେଇ ଜବତ ବ୍ୟବସାୟୀ ଗିରଫ

ଖୁଣ୍ଟା: ଖୁଣ୍ଟା ଓ ଉଦଳା ଅବକାରୀ ବିଭାଗ ଦ୍ୱାରା ଶୁକ୍ରବାର ସକାଳେ ମିଳିତ ଚଢଉ କରାଯାଇ ଜନୈକ ବ୍ୟକ୍ତିଙ୍କ ନିକଟରୁ ୩କେଜି ଅଧିକ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଉକ୍ତ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଗତବହ୍ଲବଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଡୁକୁରାର ପ୍ରଫୁଲ୍ଲ ବେହେରାଙ୍କ ପୁଅ ଜଗତବହ୍ଲବ। ଶୁକ୍ରବାର ଜଗତବହ୍ଲବକୁ ଡୁକୁରା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରୁ ଗଞ୍ଜେଇ ସହିତ ଗିରଫ କରାଯାଇଥିଲା। ସେ ବର୍ଷେ ହେବ ଏହି କାରବାରରେ ସମ୍ପୃକ୍ତ ଥିବା ବେଳେ ବିଭାଗୀୟ କର୍ମଚାରୀମାନେ ତା ଉପରେ ନଜର ରଖିଥିଲେ। କୁଳିଆଣା ନିକଟସ୍ଥ ବୁଢାମରା ଅଞ୍ଚଳରୁ ଗଞ୍ଜେଇ ଆଣି ବିକ୍ରି କରେ ବୋଲି ପଚରା ଉଚରା ବେଳେ ଜଣାପଡିଛି। ଉଦଳା ଓ ଖୁଣ୍ଟା ଦାୟିତ୍ୱରେ ଥିବା ଅବକାରୀ ଇନ୍ସପେକ୍ଟର ସଚିନ କୁମାର ବେହେରା ଚଢଉରେ ନେତୃତ୍ୱ ନେଇଥିଲେ।

 

 

 

Comments are closed.