ରାଜପଥରେ ଖାଲ: ଯାତ୍ରୀଙ୍କୁ ଦେଉଛି ଯନ୍ତ୍ରଣା, ଅଧିକାରୀଙ୍କ ଆଖିରେ ଅନ୍ଧପୁଟୁଳି

ଖୋର୍ଦ୍ଧା:୧୬ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ଚାଲିଛି।ହେଲେ ଜାତୀୟ ରାଜପଥ ରେ ଯାତାୟତ ପାଇଁ ଯେଉଁ ରାସ୍ତା ରହିଛି।ରାସ୍ତାର ବିଭିନ୍ନ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଏପରିକି ବ୍ରିଜ ଉପରେ ମଧ୍ୟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଏବେ ମରଣଯନ୍ତା ପାଲଟିଛି।ଆଉ ବାକି ରହିଲା ଅପ୍ରୋଚ ରୋଡ଼ କଥା ନକହିବା ଭଲ।ତେବେ ରାସ୍ତା କାମ ଚାଲିଛି। ହେଲେ ରାସ୍ତାରେ ଯିବାକୁ ଅଧିକ ସମୟ ଲାଗୁଛି।କିନ୍ତୁ ଲକ୍ଷସ୍ଥଳରେ ପହଞ୍ଚିବା ସୁରକ୍ଷିତ ନୁହେଁ।ତେବେ ରାସ୍ତା ଏଭଳି ହୋଇଛି ଦୈନିକ ହଜାର ହଜାର ଯାନବାହନ ଉକ୍ତ ଖାଲଖମା ରାସ୍ତାରେ ଯାଉଛନ୍ତି। ଏଭଳି ରାସ୍ତାରେ ଦୈନିକ ହଜାର ହଜାର ଯାତ୍ରୀ ନିଜ ଜୀବନକୁ ବାଜି ଲଗାଇ ରାସ୍ତାରେ ଯାତାୟତ କରୁଥିବାରୁ ଦୁର୍ଘଟଣା ଘଟିବା ସହିତ ମୃତ୍ୟୁକୁ ନିମନ୍ତ୍ରଣ କରୁଛି।ଏଭଳି ବିପଦପୂର୍ଣ୍ଣ ରାସ୍ତା ଦେଖିବାକୁ ମିଳିଛି ଖୋର୍ଦ୍ଧା ସହରର ପିତାପଲି ରାସ୍ତା ଠାରୁ ଜଟଣୀ ଓଭରବ୍ରିଜ ଜାତୀୟ ରାଜପଥ ରାସ୍ତାର ଅନେକ ସ୍ଥାନରେ ବଡ ବଡ ଗର୍ତ୍ତ ହୋଇଛି।ସେହିପରି ଖୋର୍ଦ୍ଧା ସହରକୁ ପ୍ରବେଶ ପାଇଁ ଥିବା ଅପ୍ରୋଜ ରୋଡ଼ ମଧ୍ୟ ବିପଦପୂର୍ଣ୍ଣ ହୋଇପଡିଛି।ତେବେ ଜାତୀୟ ରାଜପଥ ପ୍ରଶସ୍ତକରଣ ପାଇଁ କାମ ନେଇଥିବା ଠିକା ସଂସ୍ଥା ନୂଆ ରାସ୍ତା ନିର୍ମାଣ ପାଇଁ ଧ୍ୟାନ ଦେଉଥିବା ବେଳେ ପୁରୁଣା ଓ ଅପ୍ରୋଜ ରାସ୍ତା ମରାମତି କରୁନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି।ଠିକା ସଂସ୍ଥାର ବେପରୁଆ ପାଇଁ ଦୁର୍ଘଟଣା ଘଟୁଛି । ଏପରିକି ପୁରୁଣା ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତ ସମେତ ରାସ୍ତାର ତୁରନ୍ତ ମରାମତି ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରୁଛନ୍ତି।

Comments are closed.