ନିଖିଳ ଓଡ଼ିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଖୋର୍ଦ୍ଧା ଜିଲାର ସାଙ୍ଗଠନିକ ପୁର୍ନଗଠନ

ଭୁବନେଶ୍ୱର :  ନିଖିଳ ଓଡ଼ିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ଓଡ଼ିଶାର ଖୋର୍ଦ୍ଧା ଜିଲା ଶାଖା ତରଫରୁ ଜିଲାର ସମସ୍ତ ୧୦ଟି ବ୍ଲକ ଓ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ସ୍ନାତକ ଯୋଗ୍ୟତାଧାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ଗୁଗୁଲ୍ ମିଟ୍ରେ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଂଗଠନର ସମସ୍ତ ସାଙ୍ଗଠନିକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ସର୍ବସମ୍ମତି କ୍ରମେ ଜିଲ୍ଲା ସଭାପତି ପଦ ପାଇଁ ଡକ୍ଟର ନମିତା କୁମାରୀ ମହାପାତ୍ର ନିର୍ବାଚିତ ହେବା ସହ ଉପସଭାପତି ପଦ ପାଇଁ ଯଥାକ୍ରମେ ଦେବେନ୍ଦ୍ରନାଥ ଷଡ଼ଙ୍ଗୀ, ଧନେଶ୍ୱର ବରାଡ଼,ଅକ୍ଷୟ କୁମାର ପୃଷ୍ଟି ଏବଂ କାର୍ଯ୍ୟକାରୀ ସଭାପତି ପଦବୀ ପାଇଁ ଉମାକାନ୍ତ ବଡ଼ଜେନାଙ୍କୁ ମନୋନୀତ କରାଯାଇଛି । ସେହିପରି ଜିଲା ସମ୍ପାଦକ ପଦ ପାଇଁ ସର୍ବଶ୍ରୀ ସୁବାସ ଚନ୍ଦ୍ର ଦାସଙ୍କ ସହ ଯୁଗ୍ମ ସମ୍ପାଦକ ରୂପେ  ତପନ କୁମାର ମେକାପ ଓ  ମିନତୀ ମାର୍ଥା ନାୟକ ଏବଂ ସଂଗଠନ ସମ୍ପାଦକ ଭାବେ  ପ୍ରଦୀପ୍ତ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି । ସହ-ସମ୍ପାଦକ ପଦବୀ ପାଇଁ ସୁସ୍ମିତା ଷଡ଼ଙ୍ଗୀ,  ପୂର୍ଣ୍ଣଚନ୍ଦ୍ର ଖଟୁଆ, ନରେନ୍ଦ୍ର ସେଠୀ ଓ  ସନ୍ତୋଷ କୁମାର ସାହୁଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି ।

 

ଜିଲ୍ଲା ସଂଗଠନ ପାଇଁ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ କୋଷାଧ୍ୟକ୍ଷ ଏବଂ ମକରକେତନ ସାହୁ ଓ  ତପନ କୁମାର ମେକାପଙ୍କୁ ଗଣମାଧ୍ୟମ ସଂଯୋଜକ ଭାବେ ମନୋନୀତ କରାଯାଇଛି। ସେହିଭଳି ରାଜ୍ୟ ସଂଗଠନ ପାଇଁ କାର୍ଯ୍ୟକାରୀ ସଦସ୍ୟ ଭାବେ  ରଶ୍ମିତା ନାୟକ, ପ୍ରିୟଦର୍ଶନୀ ମୁନି,  ଅଗାଧୁ ସେଠୀ,  କଲ୍ଲୋଳିନୀ ଭଞ୍ଜ, ଅନୁପମା ସାହୁ, ଡକ୍ଟର ମମିତା ସାହୁ, ଦେବେନ୍ଦ୍ର କୁମାର ସାହୁ,ଆରତୀ ପଣ୍ଡା, ଆକାଶ କୁମାର ମହାନ୍ତି, ଶ୍ରୀମତୀ ଅର୍ଚ୍ଚନା ଜେନା ଓ ଉମାକାନ୍ତ ଦାସ ପ୍ରମୁଖ ପ୍ରତିନିଧିତ୍ୱ କରିବା ପାଇଁ ନାମ ଉପସ୍ଥାପନ କରି ମନୋନୀତ କରାଯାଇଛି । ଏହି ନର୍ବାଚନ ପ୍ରକ୍ରିୟାକୁ ଆଞ୍ଚଳିକ ସମ୍ପାଦକ ଶ୍ରୀ ନିରଞ୍ଜନ ପଣ୍ଡା ପରିଚାଳନା କରିଥିଲେ । ଉକ୍ତ ନିର୍ବାଚନ ବୈଠକରେ ଅନ୍ୟ ଆଞ୍ଚଳିକ ସମ୍ପାଦକ  ହେମନ୍ତ କୁମାର ପଣ୍ଡା ଓ ଜାକୀର ହୁସେନ୍ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ । ସର୍ବପରି ରାଜ୍ୟ ସାଧାରଣ ସମ୍ପାଦକ ମୁରଲୀଧର ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସଂଗଠନକୁ ବ୍ଲକ ସ୍ତରରୁ କିପରି ସୁଦୃଢ ହୋଇପାରିବ ସବୁ ନବ ନିର୍ବାଚିତ ସଦସ୍ୟମାନେ ଦୃଢଭାବେ ପ୍ରଚେଷ୍ଟା ଜାରି ରଖିବା ପାଇଁ ପ୍ରବର୍ତ୍ତାଇ ଥିଲେ । ଶେଷରେ ଆଞ୍ଚଳିକ ସମ୍ପାଦକ ଶ୍ରୀ ପଣ୍ଡାଙ୍କ ସହ ଅନ୍ୟାନ୍ୟ ରାଜ୍ୟ ସଂଗଠନର ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରାଯାଇଥିଲା ।

Comments are closed.