କ୍ଲିନିକରେ ପଶି ଡାକ୍ତରଙ୍କୁ ଗୁଳି

ଖୋର୍ଦ୍ଧା: ଖୋର୍ଦ୍ଧାରେ କ୍ଲିନିକ୍ ଭିତରେ ପଶି ଡାକ୍ତରଙ୍କୁ ଗୁଳିମାଡ । ଏକ କ୍ଲିନିକରେ ଡାକ୍ତର ରୋଗୀ ଦେଖୁଥିବା ବେଳେ ମୁହଁରେ ମୁଖାବାନ୍ଧି ୨ ଦୁର୍ବୃତ୍ତ ଆସି ଗୁଳିମାଡ କରି ବାଇକରେ ଫେରାର ହୋଇଯାଇଛନ୍ତି। ଗୁଳିମାଡରେ ଡାକ୍ତର ଏବଂ ଜଣେ ଔଷଧ ଦୋକାନ କର୍ମଚାରୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଭୁବନେଶ୍ବର ସ୍ଥାନାସ୍ତର କରାଯାଇଛି।

ସୂଚନାଅନୁସାରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସ ଏକ ଘରୋଇ ଔଷଧ ଦୋକାନ କ୍ଲିନିକରେ ରୋଗୀ ଦେଖୁଥିବା ସମୟରେ ବାଇକରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଗୁଳିମାଡ କରିଥିଲେ। ଏହାପରେ ଦୁଇ ଦୁର୍ବୃତ୍ତ  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗୁଳିମାଡରେ ଡାକ୍ତର ମାନସ ଦାସ ଏବଂ ଔଷଧ ଦୋକାନ କର୍ମଚାରୀ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଗୁଳିମାଡ ସୂଚନା ପାଇବା ପରେ ଖୋର୍ଦ୍ଧା ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.