ପୁଲିସ ପଞ୍ଝାରେ ‘ଧଳା ଜହର’ ବେପାରୀ: ୩ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଜଟଣୀ ବାଇପାସ ନିକଟରୁ ଜଣେ ହତ୍ୟା ଅଭିଯୁକ୍ତଙ୍କ ଠାରୁ ଗୁରୁବାର ଖୋର୍ଦ୍ଧା ପୁଲିସ  ୩ କେଜି ୬୦୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ କୋଟିରୁ ଉର୍ଦ୍ଧ୍ବ ହେବ ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ମିକି ଓରଫ ମନୋରଞ୍ଜନ ସାହୁ (୨୦)ଠାରୁ ବ୍ରାଉନସୁଗାର ସମେତ ନଗଦ ଅର୍ଥ ଓ ମାରଣାସ୍ତ୍ର ଜବତ କରିଛି।

ସେ ବାଲେଶ୍ବରରୁ ବ୍ରାଉନ ସୁଗାର ଆଣିଥିବା ସ୍ବୀକାର କରିଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣଙ୍କ ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା। ଗିରଫ ଅଭିଯୁକ୍ତକୁ ଜୁନ ୧୫ ହତ୍ୟାକାଣ୍ଡ ପରଠୁ ପୁଲିସ ଖୋଜୁଥିଲା । ଆଜି ଜଟଣୀ ବାଇପାସ ନିକଟରୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଠାରୁ ଗୋଟିଏ ମାଉଜର,ଗୁଳି,ନଗଦ ଟଙ୍କା,ମୋବାଇଲ ଫୋନ ଏବଂ ବାଇକ ମଧ୍ୟ ଜବତ ହୋଇଛି।

Comments are closed.