ଖୋର୍ଦ୍ଧା ବ୍ଲକର ଡିହଖଳା ଓ ହିରିମୂଳ ବାହ୍ୟଜଗତରୁ ବିଛିନ୍ନ

ଖୋର୍ଦ୍ଧା: ହୀରାକୁଦ ଜଳଭଣ୍ଡାରରୁ ପାଣି ଖାଲି ହେଲେ ଖୋର୍ଦ୍ଧା ଜିଲା ଚାଷୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୁଏ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଥାଏ। ଏଭଳି ସ୍ଥିତିରେ ମହାନଦୀର ବିଭିନ୍ନ ଶାଖା ନଈରେ ମଧ୍ୟ ଜଳସ୍ତର ବୃଦ୍ଧି ପାଏ। ଫଳରେ ବିଭିନ୍ନ ଶାଖା ନଈର ପାଣି ଚାଷ ଜମିରେ ପଶି ଫସଲକୁ ଧୋଇଦିଏ। ତେଣୁ ବର୍ଷକ ଯାକର ଆହାର ଉପରେ ବର୍ଷା ପାଣି ଦାଉ ସାଧିବା ସହିତ ଚାଷୀର ଦାନାପାଣି ଛଡ଼ାଇନିଏ। ଫଳରେ ଖୋର୍ଦ୍ଧା ବ୍ଲକ ଦେଇ ଯାଇଥିବା ରାଜୁଆ ନଦୀ ପାଞ୍ଚ ଖଣ୍ଡ ପଞ୍ଚାୟତରେ ଦୁଃଖ ଦେଇଥାଏ।

ତେବେ ରାଜ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷାରେ ଦ୍ୱିତୀୟ ଥର ପାଇଁ ଚାଷ ଜମିରେ ପାଣି ଚାଲିବା ସହିତ ବିଭିନ୍ନ ଗାଁ ରାସ୍ତାରେ ଉଦୃତ ବନ୍ୟା ଜଳ ପ୍ରବେଶ ଯୋଗୁ ବିଛିନ୍ନ ହୋଇପଡିଛି। ଖୋର୍ଦ୍ଧା ବ୍ଲକର ଓରବରସିଂ ପଞ୍ଚାୟତର ହିରିମୂଳ, ଡିହଖଳା,ଦୁର୍ଗାପୁର, ଲେଖନପୁର, ଓରବରସିଂ, କୃଷ୍ଣପୁର, ନରଣଗଡ଼ ପଞ୍ଚାୟତର ଓରମି, ମାନପୁର, ବଳପୁର, ଧବଳପୁର, ହାଡପଦା, ନରଣଗଡ଼, ମେଦିନ କୁରୁମପଡା, ଓରକୁଳ। ସେହିପରି ବ୍ରଜମୋହନପୁର ପଞ୍ଚାୟତର ଶରଧାପୁର, ଷଢ଼େଇଗଡ଼, ଗ୍ରାମେଶ୍ୱର ଓ ଗୋପୀନାଥପୁର ଗାଁରେ ଥିବା ଚାଷ ଜମିରେ ବନ୍ୟା ଜଳ ଉଛୁଳୁଥିବା ବେଳେ ଓରବରସିଂ ପଞ୍ଚାୟତର ଡିହଖଳା ଓ ହିରିମୂଳ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି।

Comments are closed.