ମୁଗ ଡ଼ାଲି ଖୁଆ ଖିରୀ

ଆବଶ୍ୟକ ସାମଗ୍ରୀ
ମୁଗ ଡ଼ାଲି – ୩ ଚାମଚ
କ୍ଷୀର – ୧ଲିଟର
ବାସୁମତୀ ଚାଉଳ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମୁଗଡାଲି ଓ ଚାଉଳକୁ ୧ ଘଣ୍ଟା ବତୁରାଇ ରଖିଦିଅନ୍ତୁ। ଏହାପରେ ଗ୍ୟାସରେ କୁକର ବସାଇ ମୁଗଡ଼ାଲି ଓ ଚାଉକୁ ଏକାଠି ବସାଇ ୨ଟି ସିଟି ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ। ଏହାପରେ କିଛି କ୍ଷୀରରେ କେସର ବତୁରାଇ ରଖି ଦିଅନ୍ତୁ। ଏବେ ଏଥିରେ ପୂର୍ବ ପ୍ରସ୍ତୁତ ଚାଉଳ ଓ ମୁଗଡ଼ାଲି ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ କୋରା ଖୁଆ, ଗୁଜୁରାତି ଗୁଣ୍ଡ, ଚିନି ପକାଇ ପୁଣି ଗୋଳାନ୍ତୁ। ଏବେ ଏହାକୁ ପାତ୍ରକୁ କାଢି କିଛି କାଜୁ, ବାଦାମ, ପିସ୍ତା ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗ ଡ଼ାଲି ଖୁଆ ଖିରୀ।

Comments are closed.