ସାବୁଦାନା କନ୍ଦମୂଳ ଖିରୀ

ଆବଶ୍ୟକ ସାମଗ୍ରୀ
ସାବୁଦାନା – ୨କପ
ଚିନି – ୨ ଚାମଚ
ବାଦାମ – ୧ ଚାମଚ
କନ୍ଦମୂଳ – ୧କପ
କିସମିସ – ୧ ଚାମଚ
କ୍ଷୀର – ୪ କପ
ଗୁଜୁରାତି ଗୁଣ୍ଡ – ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସାବୁଦାନାକୁ ୪ ରୁ ୫ ଘଣ୍ଟା ବତୁରାଇ ଦିଅନ୍ତୁ। ଏହାପରେ କନ୍ଦମୂଳ ଓ କିଛି ପାଣି ନେଇ ଗ୍ୟାସରେ କୁକର ବସାଇ ୨ଟି ସିଟି ଦିଅନ୍ତୁ। ୨ଟି ସିଟି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ଚୋପା ଛଡ଼ାଇ ରଖି ଦିଅନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ। ଏହାପରେ ବତୁରାଇଥିବା ସାବୁଦାନାକୁ ପକାଇ ୪ ରୁ ୫ ମିନିଟ ଗୋଳାନ୍ତୁ। ଗୋଳାଇବା ପରେ ଚିନି, କାଜୁ, କିସମିସ, ବାଦାମ, ଗୁଜୁରାତି ଗୁଣ୍ଡ ପକାନ୍ତୁ। ଏହାପରେ କନ୍ଦମୂଳ ପକାଇ ୫ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଏକ ପାତ୍ରକୁ କାଢି କିଛି ବାଦାମ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସାବୁଦାନା କନ୍ଦମୂଳ ଖିରୀ।

Comments are closed.