ଖିମଜୀ ଜୁଏଲର୍ସ ଆରମ୍ଭ କଲା ଏଣ୍ଡ ଅଫ୍‍ ସିଜିନ୍‍ ସେଲ୍‌ ୨୦୨୦: ସୁନା ଅଳଙ୍କାରର ଗଢା ମୂଲ୍ୟ ଉପରେ ୭୦% ପର୍ଯ୍ୟନ୍ତ ରିହାତି

ହୀରା ଉପରେ ୨୫% ପର୍ଯ୍ୟନ୍ତ ରିହାତି ଏବଂ ବିଳାଶପୂର୍ଣ୍ଣ ହାତଘଣ୍ଟା ଉପରେ ୬୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର : ରାଜ୍ୟର ସବୁଠାରୁ ବିଶ୍ୱସ୍ତ ଜୁଏଲର୍ସ ବ୍ରାଣ୍ଡ ଖିମଜୀର ବହୁ ପ୍ରତିକ୍ଷିତ ଏଣ୍ଡ ଅଫ୍‍ ସିଜିନ ସେଲ୍ ଆରମ୍ଭ ହୋଇଛି। ଯାହା ଗ୍ରାହାକମାନଙ୍କ ପଇଁ ଆକର୍ଷଣୀୟ ଅଳଙ୍କାର ଏବଂ ବିଳାଶପୂର୍ଣ୍ଣ ହାତଘଣ୍ଟା ଉପରେ ଅନେକ ଲୋଭନୀୟ ଅଫର ଆଣିଦେଇଛି। ୧୮ ଡିସେମ୍ବର ୨୦୨୦ ରୁ ୧୦ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ବୈଧ ଏହି ଏଣ୍ଡ ଅଫ୍‍ ସିଜିନ ସେଲ୍‌ଫରେ ସୁନା ଅଳଙ୍କାରର ଗଢା ମୂଲ୍ୟ ଉପରେ ୭୦% ପର୍ଯ୍ୟନ୍ତ ରିହାତି, ହୀରା ଉପରେ ୨୫% ପର୍ଯ୍ୟନ୍ତ ରିହାତି ଏବଂ ବିଳାଶପୂର୍ଣ୍ଣ ହାତଘଣ୍ଟା ଉପରେ ୬୦% ପର୍ଯ୍ୟନ୍ତ ରିହାତିରେ ରାଜ୍ୟର ସମସ୍ତ ଖିମଜୀ ଷ୍ଟୋରରେ ମିଳିବ।  ଏହା ବ୍ୟତିତ ଏହି ଅଫରରେ ଯାହା ଏମ୍‌ଆରପି ତାହା ଉପରେ ଫ୍ଲାଟ୍‍ ୧୦% ଏବଂ ଗଢା ମୂଲ୍ୟରେ ଫ୍ଲାଟ୍‍ ୨୫% ରିହାତି ରହିବ।

ଏହି ଅବସରରେ ଖିମଜୀ ଗ୍ରୁପ୍‍ର ନିର୍ଦ୍ଦେଶକ ମିତେଶ୍‍ ଖିମଜୀ କହିଛନ୍ତି ଯେ, “ଆମେ ଆମର ଗ୍ରାହକଙ୍କ ଆବଶ୍ୟକତା ଏବଂ ମହାମାରୀ ସମୟରେ ବଜାରର ପରିସ୍ଥିତିକୁ ସଠିକ୍‍ ଭାବରେ ବୁଝିପାରିଛୁ। ମହାମାରୀ ଯୋଗୁଁ ଯଦିଓ ବଜାରର ପରିସ୍ଥିତି ମାନ୍ଦା
ଜଣାଯାଇଛି,ତଥାପି ଆମର ସମୃଦ୍ଧ ସଂସ୍କୃତି ଯୋଗୁଁ ଆବଶ୍ୟକୀୟ ଦ୍ରବ୍ୟ ଏବଂ ବ୍ୟକ୍ତିତ୍ୱ ବିକାଶର ସାମଗ୍ରୀ ଗୁଡିକର ଚାହିଦା ହ୍ରାସ
ପାଇନାହିଁ। ଆମ ଲୋକଙ୍କ ସାଂସ୍କୃତିକ ଭାବନାକୁ ଲକ୍ଷ୍ୟରେ ରଖି ଏହି ଏଣ୍ଡ ଅଫ୍‍ ସିଜିନ ସେଲ୍ଋ କରାଯାଇଛି। ଜୁଏଲର୍ସ ଶିଳ୍ପର ନିକଟ ଭବିଷ୍ୟତ ବିଷୟରେ ଆକଳନ କରି ମୁଁ ଆଶା, କରୁଛି ଏହି ଅଫର ବିଭିନ୍ନ ମୂଲ୍ୟବାନ ଧାତୁ ଉପରେ ବିନିଯୋଗ ପଛରେ ଗ୍ରାହାକ ମାନଙ୍କର ଥିବା ମୂଳ ଉଦ୍ଦେଶ୍ୟକୁ ନିଶ୍ଚିତ ପୂରଣ କରିବ। ଏଥିସହ ଚମତତ୍କାର କାରିଗରୀ ଦ୍ୱାରା ଗଢାଯାଇଥିବା ଅଳଙ୍କାର ଗୁଡିକ
ଗ୍ରାହକ ମାନଙ୍କୁ ପସନ୍ଦ ଆସିବ ବୋଲି ମୁଁ ଆଶା କରୁଛି ବୋଲି ଖିମଜୀ ଗ୍ରୁପ୍‍ର ନିର୍ଦ୍ଦେଶକ ମିତେଶ୍‍ ଖିମଜୀ କହିଛନ୍ତି।

ଏହା ପ୍ରଥମ ଥର ନୁହେଁ ଯେବେ ଗ୍ରାହକମାନଙ୍କ ପସନ୍ଦର ବ୍ରାଣ୍ଡ ଭାବରେ ଖିମଜୀ ବ୍ୟବସାୟରେ ଗ୍ରାହକମାନଙ୍କର ଭାବନାତ୍ମକ
ଦୁର୍ବଳତାକୁ ପ୍ରାଧାନ୍ୟ ଦେଇଛି। ମହାମରୀ ହେତୁ ବିବାହ କାର୍ଯ୍ୟକ୍ରମଗୁଡିକରେ ବିଳମ୍ବ ପୂର୍ବାନୁମାନ କରି କମ୍ପାନୀ ଏକ ଅନନ୍ୟ ଅନ୍‍ଲକ
ସେଲ୍‌ଫ ଆଣିଥିଲା, ଯାହା ଅବିଶ୍ୱସନୀୟ ସଫଳତା ପାଇଥିଲା। ଭୁବନେଶ୍ୱର, ରାଉଲକେଲା, ବ୍ରହ୍ମପୁର ଏବଂ କଟକ ଠାରେ ଖିମଜୀର ନିଜ ଷ୍ଟୋରମାନ ରହିଛି। ଏହି ଅଳଙ୍କାର ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍‍, ରୂପା, ଅନନ୍ୟ ମୂଲ୍ୟବାନ ଧାତୁ ଏବଂ ପଥରର ଏକ ବିଶାଳ ଓ ଅଦ୍ୱିତୀୟ ସଂଗ୍ରହଣ ରଖିଛି। ଅଳଙ୍କାର ବ୍ୟତିତ ଖିମଜୀର ଅନ୍ତର୍ଜାତୀୟ ବ୍ରାଣ୍ଡ ର ଘଣ୍ଟା ଏବଂ ପର୍ଫ୍ୟୁମର ଏକ ନିଆରା ସଂଗ୍ରହ ରହିଛି। ୮୪ ବର୍ଷର ଅଭିଜ୍ଞତା ଏବଂ ଗ୍ରାହକଙ୍କ ବିଶ୍ୱାସ ହାସଲ କରି ଖିମଜୀ ଓଡିଶାବାସୀଙ୍କର ପ୍ରଥମ ପସନ୍ଦ ଭାବରେ ପ୍ରତିଷ୍ଠିତ ହୋଇଛି।

Comments are closed.