ଆସନ୍ତା ୧୦ରୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା : ପ୍ରସ୍ତୁତି ଜୋରଦାର

ଗୁଆହାଟୀ : ଆସାମର ଗୌହାଟୀଠାରେ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେଉଛି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତାର ୩ୟ ସଂସ୍କରଣ। ଏହି କ୍ରୀଡ଼ା ପ୍ରତିଯୋଗିତା ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୨୨ ତାରିଖ ଦିନ ଏହି ପ୍ରତିଯୋଗିତା ଉଦ୍‍ଯାପିତ ହେବ।

ଏଥିରେ ସାରା ଦେଶରୁ ୧୦ ହଜାର ଖେଳାଳି ଓ ପ୍ରଶିକ୍ଷକ ଏଥିରେ ଯୋଗଦେବେ। ୧୩ ଦିନ ଧରି ୪୫୧ଟି ମେଡାଲ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୭ ଏବଂ ୨୧ ବର୍ଷରୁ କମ୍ ବର୍ଗରେ ପ୍ରତିଯୋଗିତା ହେବ । ଗତ ୨ଟି ସଂସ୍କରଣରେ ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀ ଶ୍ରେଷ୍ଠ ୩ଟି ସ୍ଥାନରେ ରହିଛନ୍ତି।

ଆସାମ କ୍ରୀଡ଼ା ପ୍ରାଧିକରଣ ମହାନିର୍ଦ୍ଦେଶକ ଓଙ୍କାର କେଡ଼ିଆ ଓ ସାମାଜିକ କଲ୍ୟାଣ ବିଭାଗ ସଚିବ ହେମେନ ଦାସ  କହିଛନ୍ତି ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନଙ୍କୁ ସର୍ବୋତ୍ତମ ଭିତ୍ତିଭୂମି ଓ କ୍ରୀଡ଼ା ଉପକରଣ ଯୋଗାଇ ଦିଆଯିବ। ଇତିମଧ୍ୟରେ ଏଗାରଟି କ୍ରୀଡ଼ାସ୍ଥଳ ସଂପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇସାରିଛି । ଶ୍ରୀ ଦାସ କହିଛନ୍ତି ଯେ ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଚଳିତ ବର୍ଷ ପ୍ରଥମଥର ଲାଗି ସାଇକେଲ ଚାଳନା ଓ ଲନ୍‍ ବଲ୍‍କୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ନିଜର ସ୍ୱପ୍ନ ସାକାର କରିବା ଦିଗରେ ଏହି କ୍ରୀଡ଼ା ଭିତ୍ତିଭୂମି ସହାୟକ ହେବ ବୋଲି ଶ୍ରୀ କେଡ଼ିଆ ଆଶାବ୍ୟକ୍ତ କରିଛନ୍ତି।

Comments are closed.