ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା – ଜ୍ୟୋତିକା ଦତ୍ତଙ୍କୁ ସ୍ୱର୍ଣ୍ଣ

ସମାଜ ପୋର୍ଟାଲ ଡେସ୍କ: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‍ଘାଟନୀ ମ୍ୟାଚରେ ଅସୀ ଚାଳନାରେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ଜ୍ୟୋତିକା ଦତ୍ତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୨୨ ବର୍ଷୀୟ ଜ୍ୟୋତିକା ଫାଇନାଲରେ ମଣିପୁର ବିଶ୍ୱବିଦ୍ୟାଳୟର ଲିନ୍ଥୋଇ ହାଓବାମ୍‍ଙ୍କୁ ୧୫-୧୪ରେ ପରାସ୍ତ କରିଛନ୍ତି।

ରବିବାର ଲିଗ୍‍ ପର୍ଯ୍ୟାୟ ମ୍ୟାଚରେ ୮ଟି ମ୍ୟାଚ୍‍ ଖେଳାଯାଇଛି। ମହିଳା ବାସ୍କେଟ୍‍ବଲ୍‍ ପର୍ଯ୍ୟାୟ ମ୍ୟାଚରେ ହିନ୍ଦୁସ୍ଥାନ ଆଇଟିଏସ୍‍ ଚେନ୍ନାଇ, ଆଇଟିଏସ୍‍ ବିଶ୍ୱବିଦ୍ୟାଳୟ, ଗ୍ୱାଲିୟର୍‍କୁ ୮୫-୬୫ ସେଟରେ ପରାସ୍ତ କରିଥିବାବେଳେ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ ଅମୃତସର, କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟକୁ ୩୫-୭୦ ସେଟରେ ପରାସ୍ତ କରିଛି।

ସେହିପରି ମହିଳା ବର୍ଗ ବାସ୍କେଟ୍‍ ବଲ୍‍ ପ୍ରତିଯୋଗିତାରେ ଏ୍‍ଲ୍‍ଏନ୍‍ଆଇପିଇ. ଗ୍ୱାଲିୟର୍‍, ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ୪୮-୧୦୭, ଜାମିଆ ମିଲିଆ ଇସ୍‍ଲାମିଆ ବିଶ୍ୱବିଦ୍ୟାଳୟ, ମାଡ୍ରାସ୍‍ ବିଶ୍ୱବିଦ୍ୟାଳୟକୁ ୪୩-୭୨ ସେଟରେ ପରାସ୍ତ କରିଛି।

ପୁରୁଷ ବାସ୍କେଟ୍‍ ବଲ୍‍ ପ୍ରତିଯୋଗିତାରେ ହିନ୍ଦୁସ୍ଥାନ ଆଇଟିଏସ୍‍, ଜୈନ୍‍ ବିଶ୍ୱବିଦ୍ୟାଳୟକୁ ୭୧-୮୪, ଜାମିଆ ମିଲିଆ ଇସ୍‍ଲାମିଆ ବିଶ୍ୱବିଦ୍ୟାଳୟ ମାଡ୍ରାସ୍‍ ବିଶ୍ୱବିଦ୍ୟାଳୟକୁ ୭୭-୮୫ ଏବଂ ଶିବାଜୀ ବିଶ୍ୱବିଦ୍ୟାଳୟ ମୁମ୍ବାଇ ବିଶ୍ୱବିଦ୍ୟାଳୟକୁ ୭୦-୧୦୯ ସେଟରେ ପରାସ୍ତ କରିଛି।

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ ପଦକ ତାଲିକା

ବିଶ୍ୱବିଦ୍ୟାଳୟ                                   ସ୍ୱର୍ଣ୍ଣ ରୌପ୍ୟ ତାମ୍ର ମୋଟ

ଜୈନ ବିଶ୍ୱବିଦ୍ୟାଳୟ, କର୍ଣ୍ଣାଟକ                     ୪     ୩     ୦    ୭
ଗୁରୁ ନାନକଦେବ ବିଶ୍ୱବିଦ୍ୟାଳୟ, ଅମୃତସର        ୪     ୧     ୩    ୮
ପଞ୍ଜାବ ବିଶ୍ୱବିଦ୍ୟାଳୟ, ପଞ୍ଜାବ                      ୨     ୪     ୪    ୧୦
ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟ, ପୁଣେ           ୨     ୦     ୧     ୩
ବି.ଆର.ଏ, ମରାଠୱାଡ଼ା                             ୨      ୦     ୧    ୩
ମୁମ୍ବାଇ ବିଶ୍ୱବିଦ୍ୟାଳୟ                               ୧      ୧     ୩    ୫
ଶିବାଜୀ ବିଶ୍ୱବିଦ୍ୟାଳୟ                              ୧      ୧     ୨     ୪
ମନୋମଣୀୟମ ସୁନ୍ଦରନର ବିଶ୍ୱବିଦ୍ୟାଳୟ           ୧      ୦     ୧     ୨
କ୍ଲଷ୍ଟର ବିଶ୍ୱବିଦ୍ୟାଳୟ, ଜାମ୍ମୁ                         ୧      ୦     ୦    ୧
ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ,        ୧      ୦     ୦    ୧
ପଂଜାବୀ ବିଶ୍ୱବିଦ୍ୟାଳୟ, ପଞ୍ଜାବ                     ୦     ୩     ୨    ୫
ବୀର ନର୍ମଦା ଦକ୍ଷିଣ ଗୁଜୁରାଟ ବିଶ୍ୱବିଦ୍ୟାଳୟ,       ୦      ୨     ୦    ୨
ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ, ଦିଲ୍ଲୀ          ୦      ୧     ୨    ୩
ମଣିପୁର ବିଶ୍ୱବିଦ୍ୟାଳୟ                              ୦      ୧     ୦    ୧
ଲଭଲି ପ୍ରଫେସନାଲ ବିଶ୍ୱବିଦ୍ୟାଳୟ, ପଞ୍ଜାବ        ୦      ୧     ୦    ୧
ବିଶ୍ୱେସ୍ଵରାୟ ବୈଷୟିକ ବିଶ୍ୱବିଦ୍ୟାଳୟ, କର୍ଣ୍ଣାଟକ   ୦      ୧     ୦    ୧
କନ୍ନୁର ବିଶ୍ୱବିଦ୍ୟାଳୟ, କେରଳ                      ୦      ୦    ୩    ୩
ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ, କେରଳ              ୦      ୦     ୧    ୧
ଜାମ୍ମୁ ବିଶ୍ୱବିଦ୍ୟାଳୟ, ଜାମ୍ମୁ କାଶ୍ମୀର                  ୦     ୦     ୧    ୧
ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ, ରାଜସ୍ଥାନ    ୦     ୦     ୧    ୧
ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ର  ୦     ୦     ୧    ୧
ଆରଟିଏମ ବିଶ୍ୱବିଦ୍ୟାଳୟ, ମହାରାଷ୍ଟ୍ର                ୦     ୦     ୧    ୧
ପେରିୟାର ବିଶ୍ୱବିଦ୍ୟାଳୟ, ତାମିଲନାଡୁ              ୦     ୦     ୧    ୧

Comments are closed.