୨୭୪୯ ଖେଲୋ ଇଣ୍ଡିଆ ଆଥ୍‌ଲେଟ୍‌ଙ୍କୁ ୩୦ ହଜାର ଟଙ୍କା ଭତ୍ତା ପ୍ରଦାନ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଖେଲୋ ଇଣ୍ଡିଆ ଆଥ୍‌ଲେଟ୍‌ଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିଛି। ଏଥିପାଇଁ ମୋଟ ୮ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଖେଳାଳିମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପୈଠ କରାଯାଇଛି। ମୋଟ ୨୮୯୩ ଆଥ୍‌ଲେଟ୍‌ଙ୍କ ମଧ୍ୟରୁ ୨୭୪୯ ଆଥ୍‌ଲେଟଙ୍କୁ ଉକ୍ତ ଟଙ୍କା ପ୍ରଦାନ କରାଯାଇଛି। ଅବଶିଷ୍ଟ ୧୪୪ଜଣ ଆଥ୍‌ଲେଟଙ୍କୁ ଚଳିତ ମେ ଶେଷ ସୁଦ୍ଧା ଟଙ୍କା ପ୍ରଦାନ କରାଯିବ ବୋଲି ସାଇ ପକ୍ଷରୁ ସୂଚନା ଦିଆଯାଇଛି। ଖେଲୋ ଇଣ୍ଡିଆ ମାଧ୍ୟମରୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ସାରା ଦେଶରୁ ପ୍ରତିଭାବାନ୍‌ ଖେଳାଳିମାନଙ୍କୁ ମନୋନୟନ କରିଛି। ଉକ୍ତ ଖେଳାଳିମାନଙ୍କୁ ବୃତ୍ତି ପ୍ରଦାନ କରିବା ସହିତ ପ୍ରଶିକ୍ଷଣ ନେଇ ସୁଯୋଗ ଯୋଗାଇ ଦେଉଛି।

Comments are closed.