ବଢିଲା ଖରା ଛୁଟି ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ୨୬ ତାରିଖରେ ଖୋଲିବ

ଭୁବନେଶ୍ୱର . – ରାଜ୍ୟ ସରକାର ସ୍କୁଲମାନଙ୍କରେ ଖରା ଛୁଟି ବୃଦ୍ଧି କରିଛନ୍ତି । ୧୯ ତାରିଖରେ ଆଗରୁ ସ୍କୁଲ ଖୋଲିବାକୁ ଥିବା ବେଳେ ଏହାକୁ ଜୁନ୍‌ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପଶ୍ଚିମଓଡିଶାରେ ଏବେ ବି ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଜୁନ୍‌ ୨୬ ତାରିଖ ବୁଧବାରରେ ସ୍କୁଲ ଖୋଲିବ ।

Comments are closed.