ଖପ୍ରାଖୋଲ ବ୍ଲକରେ ଦମନ କାର୍ୟ୍ୟକ୍ରମ, ମ୍ୟାଲେରିଆ ନିରାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ

ଖପ୍ରାଖୋଲ: ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏହି ବ୍ଲକର ବିଭିନ୍ନ ସ୍ଥାନରେ ଦମନ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ. ସୁରଜ କୁମାର ଦୀପଙ୍କ ତତ୍ୱାବଧାନରେ ବ୍ଲକର ମେଲେରିଆ ପ୍ରବଣ ଗ୍ରାମଗୁଡିକରେ ସ୍ୱତନ୍ତ୍ର ଶିବିର ଆୟୋଜିତ କରାଯାଇ ମ୍ୟାଲେରିଆ ନିରାକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଗତ ୨୧ ରୁ ଆରମ୍ଭ ହୋଇଛି। ଏହି ଅବସରରେ ବେନ୍ଦେର ପଂଚାୟତର ବାଦିମାଲ, ବାଘମୁଣ୍ଡ ପଂଚାୟତର ବାନ୍ଧନମାଲ ଗ୍ରାମ ଏବଂ ହରିଶଙ୍କର ଫାଣ୍ଡିଠାରେ ଦମନ ଶିବିର ଆୟୋଜିତ ହୋଇଥିଲା। ବାଦିମାଲରେ ୨୧୦ ଜଣଙ୍କର ମ୍ୟାଲେରିଆ ପରୀକ୍ଷା କରାଯାଇଥିବା ବେଳେ ବାନ୍ଧନମାଲରେ ୧୦୦ ଜଣ ଏବଂ ହରିଶଙ୍କର ଫାଣ୍ଡିରେ ୩୪ ଜଣଙ୍କର ମ୍ୟାଲେରିଆ ପରୀକ୍ଷା କରାଯାଇଥିବା ବେଳେ ଜଣେ ବ୍ୟକ୍ତି ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମ୍ୟାଲେରିଆ ପରୀକ୍ଷା କରାଯିବା ସହିତ ହେମୋଗ୍ଲୋବିନ, ଉଚ୍ଚରକ୍ତଚାପ, ଓଜନ ପରୀକ୍ଷା, ଏମ୍‍ୟୁଏସି ପରୀକ୍ଷା କରାଯିବା ସହ ଜନସାଧାରନଙ୍କୁ ମାଗଣା ଔଷଧ ବିରତରଣ କରାଯାଇଥିଲା। ଡଃ.ମୀନତୀ ହେମ୍ମ୍ରମ, ଡଃ. ବିନୟ ମେହେର, ଶ୍ରୀଧର ନାଗ ଫାର୍ମାସିଷ୍ଟ , ଏଏନ୍‍ଏମ୍‍ ହାରାବତୀ ଛୁରା, ଯୁଗଳ ପଧାନ ଏଲ୍‍ଟି ଏବଂ ଏମ୍‍ଟିଏସ୍‍ ସୁଶୀଲ ପାଣିଗ୍ରାହୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Comments are closed.