ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କୋରୋନା

ଭୁବନେଶ୍ବର : ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ ସୌମ୍ୟରଞ୍ଜନ ଅନୁରୋଧ କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି ।

ଏ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସୌମ୍ୟରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଜଗନ୍ନାଥ ଆପଣଙ୍କ ସହ ଅଛନ୍ତି ଖୁବ ଶୀଘ୍ର କରୋନାରୁ ଆରୋଗ୍ୟ ହୁଅନ୍ତୁ ବୋଲି ଟ୍ବିଟ କରି ଜଣାଇଛନ୍ତି ।

Comments are closed.