୬ରୁ ଖୋଲିବ ଖଣ୍ଡଗିରି , ଉଦୟଗିରି

ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ। ଏଏସଆଇ ଅଧୀନସ୍ଥ ଏହି କିର୍ତିରାଜି ଖୋଲିବାକୁ ନିଷ୍ପତି ନିଆଯାଇଛି। ସେହିପରି ରାଜାରାଣୀ ମନ୍ଦିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଓ ଧଉଳି ଅଶୋକ ଶିଳାଲେଖ ମଧ୍ୟ ଖୋଲିବାକୁ ନିଷ୍ପତି ନିଆଯାଇଛି। କରୋନା ସଂକ୍ରମଣ ପାଇଁ ରାଜ୍ୟରେ ଦର୍ଶନୀୟ ସ୍ଥାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା। ତେବେ ୬ ତାରିଖରୁ ଏହି ଦର୍ଶନୀୟ ସ୍ଥାନ ଗୁଡ଼ିକୁ ଖୋଲିବାକୁ ଏଏସଆଇ ନିଷ୍ପତି ନେଇଛି। ଅନ୍ୟପକ୍ଷରେ ଏଏସଆଇରେ ଆସୁଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ବର୍ତମାନ ପାଇଁ ଖୋଲିବ ନାହିଁ। କରୋନା ପାଇଁ ପୁରୀ ଜିଲାରେ କଟକଣା ଜାରି ହୋଇଥିବାରୁ କୋଣାର୍କ ମନ୍ଦିର ନଖୋଲିବାକୁ ସ୍ଥିର କରାଯାଯାଇଛି।

Comments are closed.