ଖଣ୍ଡଗିରି ମହିମା ଅଲେଖ ଆଶ୍ରମର ବାର୍ଷିକ ମହୋତ୍ସବ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥ ଖଣ୍ଡଗିରି ମହିମା ଅଲେଖ ଆଶ୍ରମର ବାର୍ଷିକ ଉତ୍ସବ ଆଶ୍ରମର ପ୍ରତିଷ୍ଠାତା ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ଆଦେଶ ଓ ନିର୍ଦେଶ ତଥା ପରାମର୍ଶ ଅନୁସାରେ ପାଳିତ ହୋଇଯାଇଛି। ଉକ୍ତ ବାର୍ଷିକ ଉତ୍ସବରେ ମହିମା ସନ୍ନ୍ୟାସୀ ବ୍ରଜବନ୍ଧୁ ବାବା ସାଧୁ, ମଧୁସୂଦନ ଦାସେ, ବାବାଜି ଦାସେ, ଜୟ ଦାସେ, ପ୍ରମୋଦ ଦାସେ, ଯଶୋବନ୍ତ ଦାସେ, ତିରୁପତି ଦାସେ,ଅନିତା ଦାସେ, ଜୟରାମ ଦାସେ, କନ୍ଦର୍ପ ଦାସେ, ରମେଶ ଦାସେ ଏବଂ ପ୍ରଭାକର ଦାସେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶୁଭକାମରେ ଘୃତବତି ପ୍ରଜ୍ଜ୍ୱଳନ କରାଯିବା ସହ ବ୍ରହ୍ମ ଧ୍ୱନି ସ୍ଥାପନ କରାଯାଇଥିଲା।

 

ଏହି ଯଜ୍ଞ ମହୋତ୍ସବରେ ବହୁତ ଭକ୍ତବୃନ୍ଦ ଓ ସାଧୁସନ୍ଥମାନେ ଯୋଗ ଦେଇଥିଲେ। ଏହି ଅବସରରେ ଖଣ୍ଡଗିରି ମହିମା ଆଶ୍ରମ ପରିସରରେ ଅହୋଽରାତ୍ର ଭଜନ ଓ ସଂକୀର୍ତନ ସମାରୋହ ଆୟୋଜିତ ହୋଇଥିଲା।

Comments are closed.