କନ୍ଧମାଳ ଜିଲାପାଳଙ୍କୁ ଭେଟିଲେ ଖଜୁରିପଡ଼ା ବ୍ଳକର ୧୨ ପଞ୍ଚାୟତର ସରପଞ୍ଚ

ଫୁଲବାଣୀ:କନ୍ଧମାଳ ଜିଲାରେ ନୂତନ ଜିଲାପାଳ ଭାବେ ଯୋଗଦେଇଥିବା ଆଶିଷ୍ ଈଶ୍ୱର ପାଟିଙ୍କୁ ଆଜି ଖଜୁରିପଡ଼ା ବ୍ଳକର ସମସ୍ତ ୧୨ ଟି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚମାନେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ବେଳେ ସରପଞ୍ଚମାନେ ନୂତନ ଜିଲାପାଳଙ୍କୁ ସ୍ୱାଗତ କରିବା ସହିତ ନିଜ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ସାକ୍ଷାତ ବେଳେ ସରପଞ୍ଚମାନେ ପଞ୍ଚାୟତର ଉନ୍ନତି ସହିତ ଦୁର୍ଗମ ଅଞ୍ଚଳ ଗୁଡ଼ିକର ବିକାଶରେ ସହାୟକ ହେବା ପାଇଁ ଜିଲାପାଳଙ୍କୁ ନିବେଦନ କରିଥିଲେ। ପଞ୍ଚାୟତ ଗୁଡ଼ିକର ଉନ୍ନତି ଦିଗରେ ସବୁ ପ୍ରକାର ଦୃଷ୍ଟି ଦିଆଯାଇ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଜିଲାପାଳଙ୍କୁ ସାକ୍ଷାତ କରି ନିଜ ନିଜ ଅଞ୍ଚଳର କିଛି କିଛି ସମସ୍ୟା ଉପରେ ଅବଗତ ପରେ ସରପଞ୍ଚମାନେ ଖୁସିବ୍ୟକ୍ତ କରିଥିଲେ।

Comments are closed.